October 24, 2025
Home » ବିଏମ୍ ସି ପକ୍ଷରୁ ଟଙ୍କପାଣି ରାସ୍ତାରେ ହେଲା ଗଣ ସଫେଇ ଓ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

ବିଏମ୍ ସି ପକ୍ଷରୁ ଟଙ୍କପାଣି ରାସ୍ତାରେ ହେଲା ଗଣ ସଫେଇ ଓ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-09-07 at 8.25.25 PM

 

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଜାରି ରହିଛି ଗଣ ସଫେଇ କାର୍ଯ୍ୟକ୍ରମ । ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଜନ ସଚେତନତା ସହ ଗଣ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ ଆଜି 58 ଓ୍ୱାର୍ଡ ଅନ୍ତର୍ଗତ ଟଙ୍କପାଣି ରୋଡରେ ଗଣ ସଫେଇ ସହ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶନର ଶ୍ରୀ ଚଞ୍ଚଳ ରାଣା, ଷ୍ଟାଣ୍ଡିଂକମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚିନାରାୟଣ ମହାସୁପକାର, କର୍ପୋରେଟର ଶ୍ରୀମତୀ ନମିତା ମହାପାତ୍ର, ଅତିରିକ୍ତ କମିଶନର ଶ୍ରୀ କୈଳାଶ ଚନ୍ଦ୍ର ଦାସ,, ଡେପୁଟି କମିଶନର ଶ୍ରୀ ଏନ୍. ଗଣେଶ ବାବୁ ଏବଂ ଟିମ୍ ବି ଏମ୍ ସି ସହ ସ୍ଥାନୀୟ ଲୋକେ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏହି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । ରାସ୍ତା କଡର ସଫେଇ ସାଙ୍ଗକୁ, ଲାଇଟ୍ ମରାମତି, ଡାଳଉଞ୍ଛା, ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟର ପରିଚାଳନା, ବୁଦା ସଫେଇ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଥିଲା।

ଏହା ସହିତ ଏହାସାଙ୍ଗକୁ, ଚିଲି ପୋଖରୀ ବସ୍ତିର ନାଗରିକଙ୍କୁ ଭେଟି ପରିମଳ ଏବଂ ଆନୁସଙ୍ଗିକ ବିଷୟରେ ଆଲୋଚନାମାନ କରିଥିଲେ ମାନନୀୟା ମେୟର ଓ କମିଶନର । ଭୁବନେଶ୍ୱରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢିତୋଳିବାକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ମାନନୀୟା ମେୟର ଓ କମିଶନର । ଏଥିପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ଲୋକେ ସଚେତନ ହେବା ସହ ନିଜର ପରିବେଶକୁ ସ୍ୱଚ୍ଛ ରଖିବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଛନ୍ତି ମାନନୀୟା ମେୟର

Leave a Reply

Your email address will not be published. Required fields are marked *