ବିଜେପୁର ଓକିଲ ସଂଘର କର୍ମକର୍ତ୍ତା ଚୟନ :ଲୋକନାଥ ମହାପାତ୍ର ସଭାପତି, ଯୋଗେଶ ଚନ୍ଦ୍ର ସାହୁ ସମ୍ପାଦକ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଓକିଲ ସଂଘ ହଲ୍ ଠାରେ ସଂଘର ନିର୍ବାଚନ ଅଧିକାରୀ ଓକିଲ କିଶୋର କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ସଭାରେ ସଂଘର ବିଧି ବ୍ୟବସ୍ଥା ଅନୁସାରେ ସର୍ବ ସମ୍ମତି କ୍ରମେ ସଭିପତି ଭାବେ ଓକିଲ ଲୋକନାଥ ମହାପାତ୍ର ଓ ସମ୍ପାଦକ ଭାବେ ଓକିଲ ଯୋଗେଶ ଚନ୍ଦ୍ର ସାହୁ ମନୋନୀତ ହୋଇଥିବା ବେଳେ, ଉପ-ସଭିପତି ଭାବେ ଓକିଲ ସମୀର କୁମାର ସାହୁ, ସହ-ସମ୍ପାଦକ ଭାବେ ଓକିଲ ପ୍ରଶାନ୍ତ ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ଓକିଲ ସୁଶାନ୍ତ କୁମାର ସାହୁ ମନୋନୀତ ହୋଇଥିଲେ । ସନତ କୁମାର ସିଂ ଗଗଡିଆ, ସୁଶାନ୍ତ କୁମାର ବାରିକ, ପୂର୍ବଚନ୍ଦ୍ର ପାଇକ, କୃଷ୍ଣଚନ୍ଦ୍ର ଦାଶ, ବଳରାମ ବାରିକ ପ୍ରମୁଖ ଓକିଲ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ପରବର୍ତ୍ତି ସମୟରେ ନୂତନ କର୍ମକର୍ତ୍ତାଙ୍କୁ ପୂର୍ବତନ କର୍ମକର୍ତ୍ତା ଦାୟୀତ୍ବ ହସ୍ତାନ୍ତର କରିବେ ବୋଲି ସଂଘ ତରଫରୁ ସୂଚନା ଦେଇଛନ୍ତି ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
