July 19, 2026
Home » ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୪ତମ ଜନ୍ମୋତ୍ସବ ଅନୁଷ୍ଠିତ

ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୪ତମ ଜନ୍ମୋତ୍ସବ ଅନୁଷ୍ଠିତ

0
WhatsApp Image 2026-07-19 at 12.38.54 AM

 

ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୪ତମ ଜନ୍ମବାର୍ଷିକୀ ଜୟନ୍ତି ଉପଲକ୍ଷେ ଅନ୍ତରଝଲି ଆଶ୍ରମ ସମେତ ରାୟଗଡ଼ା ମୁଖ୍ୟ କେନ୍ଦ୍ର ଦ୍ୱାରା ପରିଚାଳିତ ୨୧ଟି ଆଧ୍ୟାତ୍ମିକ କେନ୍ଦ୍ରରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲାରେ ଥିବା ବିଭିନ୍ନ କେନ୍ଦ୍ରରେ ସକାଳେ ଭକ୍ତମାନେ ପାରମ୍ପରିକ ଆଧ୍ୟାତ୍ମିକ ଗୀତ ଗାଇ ସଦଗୁରୁଙ୍କ ସମ୍ମାନାର୍ଥେ ପ୍ରାର୍ଥନା କାର୍ଯ୍ୟକ୍ରମ ହେବା ସହ ରାୟଗଡ ଜିଲ୍ଲାର ଡିଡିଏସ୍ ଅନ୍ତରଝଲି ଆଶ୍ରମ ତରଫରୁ ବୃକ୍ଷରୋପଣ ,ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମରେ ୯୪ ୟୁନିଟ୍ ରକ୍ତ ସଂଗ୍ରହିତ ହୋଇଥିଲା।

ଶନିବାର ଦିନ ସକାଳେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଦିବ୍ୟ ପ୍ରକାଶ ଚାରିଟେବଲ୍ ସୋସାଇଟି ରାୟଗଡା, ଦିବ୍ୟ ଦର୍ଶନ ଗୁରୁତୀର୍ଥ ଗୁଡ଼ିଆବନ୍ଧ ଶାଖା ପକ୍ଷରୁ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଜୟନ୍ତୀ ଅବସରରେ ଆୟୋଜିତ ଏକ ସାମାଜିକ କାର୍ଯ୍ୟକ୍ରମରେ ଗୁରୁତୀର୍ଥ ଗୁଡ଼ିଆବନ୍ଧ ଗ୍ରାମରେ ଏକ ସଫେଇ କାର୍ଯ୍ୟକ୍ରମ, ବୃକ୍ଷରୋପଣ କାର୍ଯ୍ୟକ୍ରମ, ପଦ୍ମପୁର ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ, ବିସ୍କୁଟ ଇତ୍ୟାଦି ବଣ୍ଟନ ଏବଂ ଗୁଡ଼ିଅଣ୍ଡ ଗ୍ରାମର ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା। ସକାଳେ ଦିବ୍ୟ ପ୍ରକାଶ ଚାରିଟେବଲ ସୋସାଇଟୀ ରାୟଗଡ଼ା ତରଫରୁ ବୃଦ୍ଧାଶ୍ରମରେ ଫଳ ବଣ୍ଟନ,ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟା ସମୟରେ ମୁଖ୍ୟକେନ୍ଦ୍ରରେ ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି ଓ କେନ୍ଦ୍ରୀୟ କମିଟି ସମ୍ପାଦକ କେଶବ ସେଠୀଙ୍କ ଦ୍ୱାରା ପ୍ରବଚନ ସଭା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ରାୟଗଡ଼ା ଜିଲ୍ଲାରେ ସାମାଜିକ କ୍ଷେତ୍ରରେ ଉତ୍କୃଷ୍ଟ ସେବାରେ ପ୍ରତିଷ୍ଠିତ ତିନିଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ ଆଧ୍ୟାତ୍ମିକ ପ୍ରବଚନ ସଭାରେ ୧୨୦୦ରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଅନ୍ତରଝଲି ଠାରେ ସକାଳ କାର୍ଯ୍ୟକ୍ରମରେ ୨୫୦୦ ଭକ୍ତ ସମାଗମ ହୋଇଥିବା ନେଇ କେନ୍ଦ୍ରୀୟ କମିଟି ସମ୍ପାଦକ କେଶବ ସେଠୀ ସୂଚନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାରେ ଅତି ଶୃଙ୍ଖଳିତ ଭାବେ ସମସ୍ତ ଭକ୍ତଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *