June 24, 2026
Home » ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : 4 ଗିରଫ

ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : 4 ଗିରଫ

0
WhatsApp Image 2026-06-24 at 4.38.39 PM (1)

ସୁବର୍ଣ୍ଣପୁର –ଗତ ୧୯ ତାରିଖ ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷା ଙ୍କ ଘରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ I କ୍ରସରକୁ ନେଇ ହୋଇଥିଲା ଯୁକ୍ତି ତର୍କ Iଯେଉଁଥିପାଇଁ ହୋଇଛି ଗୁଳିମାଡ Iଏଇ ଗୁଳିକାଣ୍ଡ ଘଟଣାରେ ପୋଲିସ 4 ଜଣଙ୍କୁ ଗିରଫ କରିଥିବା ବେଳେ 3 ରୁ 4 ଜଣ ବର୍ତ୍ତମାନ ଫେରାର ରହିଛନ୍ତି I ଏଇ ଘଟଣାରେ 2 ଟି ଦେଶୀ ବନ୍ଧୁକ, 20 ଟି ଜୀବନ୍ତ ଗୁଳି ଏବଂ 2 ଟି ଖଣ୍ଡା,2 ଟି ମୋବାଇଲ ଫୋନ,ଗୋଟିଏ ଛୁରୀ, OD–02 BG-4962 ଧଳା କାରକୁ ଜବତ କରିଥିବା ନେଇ ବିନିକା ଥାନା ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l

ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଗାନ୍ଧୀନଗର ପଡ଼ାର ମୁନା ବାରିକ (30), ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହରାପଡ଼ାର ଦୁର୍ବାସା ବେହେରା (45), ଡୁଙ୍ଗୁରିପାଲି ଥାନା ଲୁଡ଼କିବେଡା ଗ୍ରାମର ଲୋକନାଥ ନାଏକ (23)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ I କିନ୍ତୁ ରାମପୁର ଥାନା ବ୍ରାହ୍ମଣୀପାଲି ଗ୍ରାମର ତନ୍ମୟ ବାଗ (ଓରଫ ଟାଇଗର) (26)ର ପୁର୍ବରୁ ରାମପୁର ଥାନାରେ ମାମଲା ଥିବାରୁ ପୋଲିସ ତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିଥିବାରୁ ଏଇ ଗୁଳିକାଣ୍ଡ ଘଟଣାରେ ସେ ସମ୍ପୃକ୍ତି ଥିବା ସୂଚନା ପାଇଥିଲା I ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ନିର୍ଦ୍ଦେଶରେ ପୋଲିସ ଏକ ଟିମ ଗଠନ କରି ତଦନ୍ତକୁ ଜୋରଦାର କରି ଗୁଳିକାଣ୍ଡ ଘଟଣାର ଖୁଲାସା କରିଛି ପୋଲିସ l ଏ ନେଇ ବିନିକା ପୋଲିସ ରେ ( କେଶ ନମ୍ବର 174/175 ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ପ୍ରକାଶ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *