March 15, 2026
Home » ବି ଏମ୍ ସି ର ସଫେଇ ମିତ୍ର ସୁରକ୍ଷା ଶିବିର

ବି ଏମ୍ ସି ର ସଫେଇ ମିତ୍ର ସୁରକ୍ଷା ଶିବିର

0
WhatsApp Image 2026-03-15 at 11.48.44 AM

ଭୁବନେଶ୍ବର: ସାରା ସହରରେ ପରିମଳର ମାନଦଣ୍ଡକୁ ପ୍ରମୁଖ ସ୍ତରରେ ପହଞ୍ଚାଇବା ଏବଂ ମହିଳାଙ୍କ ସହଭାଗିତାରେ ପରିମଳ ବ୍ୟବସ୍ଥା କିପରି ଆଗେଇ ଚାଲିଛି ତାହାକୁ ପ୍ରତିପାଦିତ କରିଚାଲିଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍ ସି)।ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ ଅଧିନରେ Naari Leads Swachhata ର ଅଭିଯାନ ଚାଲୁ ରହିଥିବା ବେଳେ, ଏହାର ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି ସଫାଇ ମିତ୍ର ସୁରକ୍ଷା ଶିବିର।ଆନୁଷ୍ଟାନିକ ଭାବେ ପୋଖରିପୁଟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମାନନୀୟl ମେୟର ଶ୍ରୀମତୀ ସୁଲୋଚନା ଦାସ।

 

ଏହି ଅବସରରେ ମଞ୍ଚାସୀନ ଥିଲେ ମାନନୀୟl ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହ୍ନର, କମିଶନର ଶ୍ରୀ ଚଞ୍ଚଳ ରାଣା, ଅନେକ କର୍ପୋରେଟର, ଡେପୁଟି କମିଶନର ପି ଆର ଶ୍ରୀ ଏନ୍ ଗଣେଶ ବାବୁ, ଡେପୁଟି କମିଶନର ହେଲଥ ଶ୍ରୀମତୀ ସୁଶ୍ରୀତା ଟୁଡୁ, ଡେପୁଟି କମିଶନର ଶ୍ରୀ ଲୋକନାଥ ବେଜ ଏବଂ ଟିମ୍ ବି ଏମ୍ ସି।ପୋଖରିପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବି ଏମ୍ ସି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଆସିଥିବା ଡକ୍ଟର କବୀନ୍ଦ୍ର ପ୍ରସାଦ ସାହୁ, ଡକ୍ଟର ଅଶୋକ କୁମାର ମହାପାତ୍ର, ଡକ୍ଟର ରଞ୍ଜୀତା ମହାନ୍ତି ଏବଂ ଡକ୍ଟର କଲ୍ୟାଣ କୁମାରସ୍ଵଚ୍ଛ କର୍ମୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ।ଯେଉଁ ମାନେ ସକାଳୁ ଉଠି ଆମର ଅଳିଆ ନେଇଯାଇଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ର ଯତ୍ନ ଆମର ଏକ ନୈତିକ ତଥା ସାମୁହିକ ଦାୟିତ୍ୱ ବୋଲି କହିଛନ୍ତି ମେୟର ଓ କମିଶନର। ଅପର ପକ୍ଷରେ ସ୍ଵଚ୍ଛ କର୍ମୀ ମାନେ ବି ଏମ୍ ସିର ପଦକ୍ଷେପଗୁଡ଼ିକ ଉପାଦେୟ ବୋଲି କହିଛନ୍ତି lଜାତୀୟ ସ୍ୱାସ୍ଥ୍ୟ ମିଶନ ସିଟି ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ଏଲିନା ମହାପାତ୍ର ଏବଂ ଟିମ୍ ଏସ୍ ବି ଏ ସେଲ ର ଟିମ୍ ଲିଡର ଶ୍ରୀ ମନୋରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l

Leave a Reply

Your email address will not be published. Required fields are marked *