ବୀରମହାରାଜପୁର ପଞ୍ଚାୟତ ସମିତି ବୈଠକ : ସମିତି ବୈଠକ ରେ ଉଦବେଗ ପ୍ରକାଶ କଲେ ସରପଞ୍ଚ l
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ସମିତି ବୈଠକରେ ଉଫୁଲା ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀୟା କର୍ମୀ ସମସ୍ତ ଗ୍ରାମ ବୀରମହାରାଜପୁର ପରିବର୍ତ୍ତିତ ବିଜ୍ଞାପିତ ଅଂଚଳ ପରିଷଦ ରେ ସାମିଲ ହେବା ପରେ ହୋଇଥିବା ଅଚଳାବସ୍ଥା ପଂଚାୟତ ବାସୀଙ୍କ ତ୍ରିଶଙ୍କୁ ଅବସ୍ଥା ଓ କଲ୍ୟାଣ କାରୀ ଯୋଜନା ଏବଂ ଉନ୍ନୟନ ପ୍ରକ୍ରିୟାରୁ ବାଦ ପଡ଼ିଥିବା ପଂଚାୟତ ବାସୀ ଙ୍କ ସମସ୍ୟା ସମାଧାନ ପାଇଁ ଉପସ୍ଥିତ ଅଧ୍ୟକ୍ଷା , ଉପାଧ୍ୟକ୍ଷ ନାରାୟଣ ଲୁହା, ବିଧାୟକ ଇଂ. ରଘୁନାଥ ଜଗଦଳା, ସାଂସଦ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟ ଓ ସରକାରୀ ସଭ୍ୟ ଙ୍କୁ ଆଶୁ ସମାଧାନ କରିବାକୁ ସହଯୋଗ କାମନା କରିଥିଲେ l
ଚଳିତ ଆର୍ଥିକ ବର୍ଷ ପ୍ରାରମ୍ଭରୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା, ଅସହାୟ ଭତ୍ତାଧିକାରୀ ନିଜ ଗାଁ ରେ ଭତ୍ତା ପାଇବା ସୁବିଧା ରୁ ବଂଚିତ ହୋଇ ପ୍ରବଳ ଗ୍ରୀଷ୍ମ ରେ ଗ୍ରାମ ପଂଚାୟତ ଅଫିସ କୁ ଆସି ହଇରାଣ ହେଉଥିବା, ଅନ୍ତୋଦୟ ଗୃହ ଯୋଜନାରୁ ବଂଚିତ ହେବା, ହରିଶ୍ଚନ୍ଦ୍ର ସହାୟତା ରାଶି ନ ପାଇବା, ଜଳକ୍ଲୀଷ୍ଟ ଗାଁ କୁ ଟ୍ୟାଙ୍କର ରେ ପିଇବା ଜଳଯୋଗାଣ ନ ହେବା, ଗ୍ରାମ ପଂଚାୟତର ସମସ୍ତ ଯାତ୍ରୀ ବିଶ୍ରାମ ସ୍ଥଳୀ ଓ ଜନ ସମାଗମ ଛକ ରେ ଜଳଛତ୍ର ନ ଖୋଲିବା, ପି ଡ଼ି ଏସ ସାମଗ୍ରୀ ଉଠାଣ,ଖାଉଟି କଲ୍ୟାଣ ପାଣ୍ଠି ଉପଯୋଗ ନ ହେବା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସାମୁହିକ ଓ ବ୍ୟତିଗତ ଅନ୍ତୋଦୟ, ଗାଈ ଗୁହାଳ, ଛେଳି ଗୁହାଳ, ସେଚ କୁଆଁ ପ୍ରକଳ୍ପ କାର୍ଯ୍ୟ କରିବାରେ ଅଚଳବସ୍ଥା ଦେଖା ଯାଇଥିବା ଓ ତାର ସମାଧାନ କରି ସାଧାରଣ ଜନତା ଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରି ଜନ କଲ୍ୟାଣ କାରୀ ରାଷ୍ଟ୍ର ର ସାଧାରଣ ଜନତା ର ସାମ୍ବିଧାନିକ ସୁରକ୍ଷା ନେଇ ସମିତି ସଭାଗୃହରେ ଉଦବେଗ ପ୍ରକାଶ କରିଥିଲେ l ସମିତି ବୈଠକରେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବିଧାୟକ, ସାଂସଦ ଙ୍କ ପ୍ରତିନିଧି, ସମସ୍ତ ସରକାରୀ ଅଧିକାରୀ ଯୋଗ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
