ସୁବର୍ଣ୍ଣପୁର ଶିଶୁ କଲ୍ୟାଣ ସମିତି(CWC) ରେ ଅଧ୍ୟକ୍ଷା ଓ ସଭ୍ୟ ଙ୍କ ଯୋଗଦାନ
ସୁବର୍ଣ୍ଣପୁର—ସୁବର୍ଣ୍ଣପୁର ଜିଲ୍ଲା ଶାନ୍ତିନଗର ପଡ଼ା ରେ ଥିବା ଶିଶୁ କଲ୍ୟାଣ ସମିତି (CWC ) କମିଟି ର ନୂତନ ଅଧ୍ୟକ୍ଷା ଭାବେ ଲିନା ବାବୁ ଙ୍କ ସହ କମିଟି ସଭ୍ୟ ଭାବରେ ବ୍ରଜେନ୍ଦ୍ର କୁମାର୍ ବିଶି , ରଞ୍ଜିତା ସାହୁ, ଅଞ୍ଜଳି ରେଡି, କେଶବ ଚନ୍ଦ୍ର ମେହେର ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବ ରୁ ଶଙ୍କର୍ଷଣ ପଣ୍ଡା କମିଟି ଅଧ୍ୟକ୍ଷ ଥିବା ବେଳେ କମିଟି ସଭ୍ୟ ଭାବେ ଶାନ୍ତନୁ କର୍ଣ୍ଣ, ହେମନ୍ତ କୁମାର ସା ତିନି ବର୍ଷ ଦାୟିତ୍ଵ ନିର୍ବାହ କରି ଆଜି ଅବସର ଗ୍ରହଣ କରିଛନ୍ତି। ବଲାଙ୍ଗୀର ମୂଳ ନିବାସୀ ଲିନା ବାବୁ ଶିଶୁ କଲ୍ୟାଣ ସମିତି ର ନୂତନ ଅଧ୍ୟକ୍ଷା ଭାବ ରେ ଦାୟିତ୍ୱ ନେବା ପରେ ଶିଶୁ ଙ୍କ ସୁରକ୍ଷା ଦିଗ ରେ ଅନବରତ କାମ କରିବା ନେଇ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି। ସେ ପୂର୍ବରୁ ବଲାଙ୍ଗୀର ରେ ଶିଶୁ କଲ୍ୟାଣ ସମିତି କମିଟି ର ସଭ୍ୟା ଥିବା ସହ କିଛି ବର୍ଷ ଅତିରିକ୍ତ ଅଧ୍ୟକ୍ଷା ଦାୟିତ୍ଵ ମଧ୍ୟ ତୁଲାଇଥିବା ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
