ବୀରମହାରାଜପୁର ବନ୍ଦ କରି ରାମଲାଲ ଙ୍କୁ ପୂଜା କଲା ବଜରଙ୍ଗ ଦଳ l
ସୁବର୍ଣ୍ଣପୁର —ଶ୍ରୀରାମଙ୍କ ଫଟୋ ଚିରା ଘଟଣାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।ଗତ ୧୪ ତାରିଖରେ ଆମ୍ବେଦକର ଜୟନ୍ତୀ ଅବସରରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ ବୀରମହାରାଜପୁର ମୁଖ୍ୟ ଛକରେ ଲାଗିଥିବା ପ୍ରଭୁ ଶ୍ରୀରାମଙ୍କ ଫଟୋକୁ ହଟାଇ ଚିରି ଦିଆଯାଇଥିବା ଅଭିଯୋଗ ହୋଇଥିଲା।


ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଏହାପରେ ବଜରଙ୍ଗ ଦଳ ପକ୍ଷରୁ ବୀରମହାରାଜପୁର ଥାନାରେ ଏକ ଏତଲା ଦାଖଲ କରାଯାଇଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ବନ୍ଦ ପ୍ରଭାବରେ ବୀରମହାରାଜପୁର ଅଞ୍ଚଳରେ ଦୋକାନ, ବଜାର, ଗାଡ଼ି ଚଳାଚଳ, ସ୍କୁଲ, କଲେଜ ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ସେହି ସମୟରେ ମୁଖ୍ୟ ଛକରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଫଟୋ ଚିତ୍ର ରଖି ପୁଷ୍ପ ଓ ଅର୍ଘ୍ୟ ଅର୍ପଣ କରି ଭକ୍ତିଭାବରେ ପୂଜା ଆରାଧନା କରିଛନ୍ତି ବଜରଙ୍ଗ ଦଳ ର କର୍ମୀ ମାନେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
