ବେଆଇନ ଭାବରେ ମଞ୍ଜୁର ହୋଇଥିବା ଟ୍ରେନିଂଏଡ଼ ଗ୍ରାଜୁଏଟ ସ୍କେଲ ସ୍ଥଗିତ ହେବା ସହ ପ୍ରଦାନ କରାଯାଇଥିବାଦରମା ରିକୋଭରୀ ପାଇଁ ନିର୍ଦ୍ଦେଶ
ସୁବର୍ଣ୍ଣପୁର —–ଶିକ୍ଷକଙ୍କ ଅଭିଯୋଗ ପରେ ଅନୈତିକ ଭାବରେ ମଞ୍ଜୁର ହୋଇଥିବା Trained Graduate Scale ସ୍ଥଗିତ ହେବା ଓ ପ୍ରଦାନ କରାଯାଇଥିବା ଦରମା ମଧ୍ୟ ରିକୋଭରୀ ହେବ ବୋଲି ଜଣାପଡିଛି l ସୁବର୍ଣ୍ଣପୁର ଜିଲ୍ଲା କର୍ଲାଯୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଡମ୍ବରୁଧର ଦୀପ ଏବଂ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜଗତରାମ ପୁଝାରୀ ଙ୍କ Trained Graduate Scale ଅନୁମୋଦନ ଅଭିଯୋଗ ହେବା ପରେ ସ୍ଥଗିତ କରାଯାଇଛି। ସେମାନଙ୍କୁ ଏହି ସ୍କେଲ୍ ଆଧାରରେ ପ୍ରଦାନ କରାଯାଇଥିବା ଦରମା ମଧ୍ୟ ରିକୋଭରୀ କରାଯିବ ବୋଲି ଜଣାପଡ଼ିଛି। ଅଭିଯୋଗ ଉପରେ ତ୍ୱରିତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ତତ୍ପର ହୋଇଛି l ଏଭଳି ଅଭିଯୋଗ ଆସିଲା ପରେ ବର୍ତ୍ତମାନର ସରକାର ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ନେଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ( କାର୍ଯ୍ୟାଳୟ ଆଦେଶ ସଂଖ୍ୟା -2503/ ତା.24/04/2026)ରେ ସମ୍ପୃକ୍ତ ଶିକ୍ଷକ ଓ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇଥିଲେ l ପରେ ପତ୍ର ସଂଖ୍ୟା – 2997/ତା. 04/06/2026 ରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ l ଏକ ପୂର୍ବରୁ ଏପରି ଅଭିଯୋଗ ଉପରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନଥିବା ବିଭିନ୍ନ ସମୟ ରେ ଅଭିଯୋଗ ହୋଇ ଆସୁଥିଲା l ଏହି ମାମଲାରେ ନିରପେକ୍ଷ ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟା ଏବଂ ସମଗ୍ର ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ଜନସାଧାରଣ । ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ନିରପେକ୍ଷତା ପାଇଁ ଏପରି ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି ଆଲୋଚନା ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
