ବୈଦ୍ୟନାଥ ତେଲନଦୀ ବ୍ରିଜ ତଳେ ଘଡ଼ିଆଳ କୁମ୍ଭୀର : ଲୋକେ ଆତଙ୍କିତ
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ର ବୈଦ୍ୟନାଥ ତେଲନଦୀ ବ୍ରିଜ୍ ତଳେ ଏକ ବିରାଟକାୟ ଘଡ଼ିଆଳ କୁମ୍ଭୀର ଆଜି ସକାଳେ ଦେଖିବାକୁ ମିଳିଥିଲା l ସବୁଦିନ ପରି ଲୋକେ ସକାଳୁ ନଦୀ କୁ ଆସିଥିବା ବେଳେ ହଠାତ ଘଡ଼ିଆଳ କୁମ୍ଭୀର କୁ ଦେଖି ଭୟଭୀତ ହୋଇପଡ଼ିଥିଲେ l ଘଡ଼ିଆଳ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ଖେଳିଯାଇଛି । ନଦୀ ପଠାରେ କୁମ୍ଭୀରଟିକୁ ଦେଖି ଘାଟକୁ ଗାଧୋଇବାକୁ ଏବଂ ଅନ୍ୟାନ୍ୟ କାମ ପାଇଁ ଆସୁଥିବା ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।ଖବର ପାଇବା ମାତ୍ରେ ବନବିଭାଗ ଏବଂ ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୁରକ୍ଷା ଦୃଷ୍ଟିରୁ ନଦୀ ଘାଟରେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ କୁମ୍ଭୀରଟିର ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
