September 16, 2026
Home » ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଲାଗିଲା ନବାନ୍ନ

ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଲାଗିଲା ନବାନ୍ନ

0
WhatsApp Image 2026-09-15 at 12.24.16 PM

ନବାନ୍ନ ଗ୍ରହଣ କଲେ ଅନେକ ଭକ୍ତ

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ନୂଆଖାଇ ଅବସରରେ ଆଜି ସମଗ୍ର ବୌଦ୍ଧ ଜିଲ୍ଳା ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି । ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ଆଜି ସକାଳ 09.45 ସମୟରେ ନବାନ୍ନ ଲାଗି କରାଯାଇଛି l ଏହି ଅବସରରେ ଏକ ସାଙ୍ଗରେ ଶହ ଶହ ଭକ୍ତ ନବାନ୍ନ ଭୋଗ ଗ୍ରହଣ କରିଛନ୍ତି l ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଧାର୍ଯ୍ୟ ଲଗ୍ନ ରେ ନବାନ୍ନ ଲାଗି କରାଯାଇଥିଲା । ମହାନଦୀରେ ପୁଜା କରି ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ଅଣାଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୁଜକ ଗୌରି ପ୍ରସାଦ ବଡମାଳି , ପାଳିଆ ପୂଜକ ତରଣୀ ବଡମାଳି ବିଧି ନିୟମ ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିବା ପରେ ପାର୍ଶ୍ୱ ଦେବାଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ଦିର ଚୂଡାରେ ନୂତନ ଧ୍ବଜା ଲାଗିଥିଲା l

ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତ ମାନେ ସାମୁହିକ ଭାବେ ଦେବୀଙ୍କ ନବାନ୍ନ ସେବନ କରିଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗଦେଇ ପୂଜା କରିଥିଲେ l ପୁଜା କାର୍ଯ୍ୟ ରେ ବିଭୂତି ଭୂଷଣ ବଡମାଳି , ସାନନ୍ଦ ବଡମାଳି, ଧନେଶ୍ୱର ବଡମାଳି, ବିଶୁ ବଡମାଳି, ରାଜା ବଡମାଳି , ଏକା ବଡ଼ମାଳି , ହରିହର ବଡ଼ମାଳି ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଅମର ସାହୁ, ସମ୍ପଦ ଅଗ୍ରୱାଲ, ହରେଷ ନାୟକ, ଆଲୋକ ମହାପାତ୍ର, ବିଜୟ ମିଶ୍ର, ଶମ୍ଭୁ ପ୍ରସାଦ ମହାକୁଳଙ୍କ ସମତେ ଅନ୍ୟମାନେ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି ଓ ଶତାଧିକ ଭକ୍ତ ସାମିଲ ହୋଇଥିଲେ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *