ଆଜି ନୂଆଁଖାଇ ପାଇଁ ଉତ୍ସବମୁଖର ପଲ୍ଲୀ ଠାରୁ ସହର l
ସୁବର୍ଣ୍ଣପୁର – ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି l ପଶ୍ଚିମ ଓଡିଶା ପାଇଁ ଆଜି ବିଶେଷ ପର୍ବ ର ଦିନ l ଗାଁ ଠାରୁ ସହର ସବୁଠି ଚଳ ଚଞ୍ଚଳ l ନୂଆଁଖାଇ ପଶ୍ଚିମ ଓଡ଼ିଶା ର ଏକ କୃଷି ଭିତ୍ତିକ ପର୍ବ l ପଶ୍ଚିମ ଓଡ଼ିଶା ଦେଶ ର ଭାତ ହାଣ୍ଡି ବୋଲି କୁହାଯାଏ l ଏହି ତିହାର ଲାଗି ସୁବର୍ଣ୍ଣପୁର ଜିଲ୍ଲା ର ଗାଁ ଠୁ ସହର ସବୁଠି ଚଳ ଚଞ୍ଚଳ ହୋଇ ଉଠିଛି l ନୂଆଁ ହାଣ୍ଡି, ନୂଆଁ ଧାନ, ପନିପରିବା, କପଡ଼ା, କୁରେଇ ପତ୍ର, ସର୍ଗୀ ପତ୍ର ର ଖଲି , ପତ୍ର ପ୍ଲେଟ ବିଭିନ୍ନ ଜିନିଷ କିଣା ବିକା ପାଇଁ ସହର ରେ ପ୍ରବଳ ଭିଡ଼ ଲାଗି ରହିଥିଲା ଗତ ଦୁଇ ତିନି ଦିନ ଆଗରୁ l l ନୂଆଁଧାନ ନବାନ୍ନ କୁ ମା ସମଲେଇ, ମା ସୁରେଶ୍ଵରୀ, ଅଷ୍ଟ ଚଣ୍ଡୀ ଓ ନିଜ ନିଜ ର ଇଷ୍ଟ ଦେବୀ ଙ୍କ ଠାରେ ଭୋଗ ଅର୍ପଣ କରାଯିବ ଆଜି l ପରେ ନିଜ ନିଜ ଘରେ ସମସ୍ତେ ନୂଆଁ ଖାଇବେ ଓ ଜୁହାର ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ନୂଆଁଖାଇ କେବଳ ନୂଆଁଅନ୍ନ ଖାଇବାର ପର୍ବ ନୁହେଁ ବରଂ ଏହା ମଣିଷ କୁ ପ୍ରକୃତି ସହ ଯୋଡ଼ିବା ର ଏକ ମାଧ୍ୟମ l ମାଟି “ମା” “ସୁର୍ଯ୍ୟ” ଓ ନୂଆଁ ଫସଲ କୁ ପ୍ରଥମେ ନମସ୍କାର କରି ନବାନ୍ନ ଛୁଇଁବା ବିଧି ପ୍ରକୃତି ପ୍ରତି କୃତଜ୍ଞତା ଜଣାଇବା ର ଏକ ଶ୍ରେଷ୍ଠ ନିଦର୍ଶନ l ଏହି ପର୍ବ ସଦଭାବନା ଓ ଭାଇଚାରା ହେଉଛି ଏ ପର୍ବ ବଡ଼ ମହତ୍ତ୍ୱ l ଆଧୁନିକତା ର ପ୍ରଭାବ ରେ ସମ୍ପ୍ରତି ନୂଆଁଖାଇ ରେ ପ୍ରଚଳିତ ଥିବା ବେଭାର ଦିଆ ନିଆ ପରମ୍ପରା ଲୋପ ପାଇଲାଣି l କାଁଭା ନୂଆଁଖାଇ ରେ ବେଭାର ପରମ୍ପରା ବଞ୍ଚି ରହିଛି l ଏହି ଦିନ କିମ୍ବା ପୂର୍ଵ ଦିନ ଅର୍ଥାତ ଗଣେଶପୂଜା ଦିନ ( କେତେକ କ୍ଷେତ୍ରରେ ନୂଆଁଖାଇ ର ଦୁଇ ଦିନ ପୂର୍ଵ ରୁ ) ମୈତ୍ର ଘରକୁ ଅରୁଆ ଚାଉଳ, ମୁଗ, ପନିପରିବା, ଅଟା, ତେଲ ନେଇ ବେଭାର ଦିଆନିଆ ହୋଇଥାଏ l ନୂଆଁଖାଇ ପର୍ବ ହେଉଛି ଭାଇ ଚାରା ର ପର୍ବ l ନୂଆଁଖାଇ ପାଇଁ ସ୍ୱତନ୍ତ୍ର ବଜାର ମଧ୍ୟ ବସିଥାଏ l ଯାହାକୁ ନୂଆଁଖାଇ ହାଟ ବୋଲି କୁହାଯାଏ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
