July 1, 2025
Home » ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0
WhatsApp Image 2025-06-21 at 5.09.06 PM

l

ସୁବର୍ଣ୍ଣପୁର–ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ଆଜି ସକାଳ ୬-୩୦ ମି ସମୟରେ ବ୍ଲକ୍ ସ୍ତରୀୟ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆଙ୍କ ସଭାପତିତ୍ତ୍ବରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ ମୁଖ୍ୟ ଅତିଥି, ସ୍ଥାନୀୟ ବରିଷ୍ଠ ନାଗରିକ ସଂଗଠନ ର ସଭାପତି ଡ ପ୍ରଫୁଲ୍ଲ ରଥ ସମ୍ମାନିତ ଅତିଥି,ନିତ୍ୟ ଯୋଗ କେନ୍ଦ୍ର, ବୀରମହାରାଜପୁର ର ସଭାପତି ସନ୍ନ୍ୟାସୀ ଶତପଥୀ ଅନ୍ୟତମ ସମ୍ମାନିତ ଅତିଥି, ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ନିମନ୍ତ୍ରିତ ଅତିଥି ତଥା ଡ. ଦ୍ବିତୀକୃଷ୍ଣ ପଣ୍ଡା ଯୋଗାଚାର୍ଯ୍ୟ ଭାବରେ ମଞ୍ଚାସୀନ ଥିଲେ ।ଯୋଗର ମହତ୍ତ୍ଵ ସଂପର୍କରେ ବର୍ଣ୍ଣନା କରି ଅତିଥି ମାନେ କହିଲେ ଯେ ଯୋଗ ଏକ ଜୀବନ ଦର୍ଶନ,ଏହା ଶରୀର, ମନ, ହୃଦୟ, ଚିନ୍ତା,ଚେତନା ଓ ଆଧ୍ୟାତ୍ମିକତାକକୁ ପ୍ରଭାବିତ କରିଥାଏ ।ଯୋଗ ପାରିବାରିକ ଓ ବ୍ୟକ୍ତିଗତ ଜୀବନରେ ଶୃଙ୍ଖଳା ଓ ସଦାଚାର ସୃଷ୍ଟି କରେ। ତେଣୁ ପ୍ରତିଦିନ ଯୋଗାଭ୍ୟାସ କରିବା ସମସ୍ତଙ୍କର ସଂକଳ୍ପ ହେବା ଉଚିତ୍ । ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ସ୍ବାଗତ ସହିତ ସଭା ସଂଯୋଜନା କରିଥିଲେ ।ପରେ ପରେ ଶ୍ରୀ ପଣ୍ଡା ଯୋଗ ପ୍ରୋଟୋକଲ ମତେ ଶିଥିଳିକରଣ ଅଭ୍ୟାସ,ଯୋଗାସନ, ପ୍ରାଣାୟମ ଆଦି ଶିକ୍ଷା ପ୍ରଦାନ ସହିତ ଏହାର ଉପକାରିତା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ପତ୍ରକରେ ଦର୍ଶିତ ମତେ ଶପଥପାଠ କରାଇ ଥିଲେ ।ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ, ଅଫିସ କର୍ମଚାରୀ ଓ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *