February 5, 2025
Home » ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୩ୟ ଶାଖାର ଶୁଭ ଉଦ୍ଘାଟନ

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୩ୟ ଶାଖାର ଶୁଭ ଉଦ୍ଘାଟନ

0

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୩ୟ ଶାଖାର ଶୁଭ ଉଦ୍ଘାଟନ ବ୍ରହ୍ମପୁର ଆସ୍କା ରୋଡ଼ ଠାରେ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ କମିଶନର ଶ୍ରୀ ଭବାନୀ ପ୍ରସାଦ ମିଶ୍ର, ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ, ଭୁବନେଶ୍ୱର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଆଲୋକ କୁମାର ମିଶ୍ର, ବିଇଏମସି କର୍ପୋରେଟର ଡି କରୁଣାକର, ଟି କିଶୋର ପାତ୍ର ପ୍ରମୁଖ ଯୋଗଦେଇ ଉକ୍ତ ନୂତନ ଶାଖାର ଶୁଭ ଉଦ୍ଘାଟନ କରିଥିଲେ।

ଏନେଇ ଅତିଥି ମାନେ ଉଭୟ ପ୍ରବନ୍ଧକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହାର ଜନ ସାଧାରଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁବୋଲି କାମନା କରିଥିଲେ। ଏହି ଅବସରରେ ଆସ୍କା ରୋଡ଼ ଶାଖା ପ୍ରବନ୍ଧକ ଶ୍ରୀ ଦେବୀପ୍ରସନ୍ନ ସୁଶିଲ କୁମାର ଦାସ ସହକାରୀ ପ୍ରବନ୍ଧକ ଶ୍ରାବଣୀ ରାଉତଙ୍କ ସମେତ ଅନ୍ୟ କର୍ମଚାରୀ ଓ ଅଣକର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *