August 22, 2026
Home » ଭାରତ ବର୍ଷର ସଶସ୍ତ୍ର ସଂଗ୍ରାମରେ ଶହୀଦ ମାଧୋ ସିଂ ଓ ତାଙ୍କ ପରିବାରର ବଳିଦାନ ଅନସ୍ଵିକାର୍ଯ୍ୟ

ଭାରତ ବର୍ଷର ସଶସ୍ତ୍ର ସଂଗ୍ରାମରେ ଶହୀଦ ମାଧୋ ସିଂ ଓ ତାଙ୍କ ପରିବାରର ବଳିଦାନ ଅନସ୍ଵିକାର୍ଯ୍ୟ

0
WhatsApp Image 2025-12-31 at 6.39.00 PM (1)

ବୀର ଛକରେ ଜିଲ୍ଲା ସ୍ତରୀୟ ବୀରତା ଦିବସ ପାଳିତ ।

ବରଗଡ : “ଭାରତ ବର୍ଷର ସଶସ୍ତ୍ର ସଂଗ୍ରାମରେ ଶହୀଦ ବୀର ମାଧୋ ସିଂ ଓ ତାଙ୍କ ପରିବାରର ବଳିଦାନ ଅନ ସ୍ଵିକାର୍ଯ୍ୟ ” ବୋଲି ଆଜି ବରଗଡ଼ ବୀର ଛକ ( ହଳଦୀ ପାଲି )ରେ ଆୟୋଜିତ ଜିଲ୍ଲା ସ୍ତରୀୟ ବୀରତା ଦିବସ ଅବସରରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଛନ୍ତି ନାଟ୍ୟକାର, ସାହିତ୍ୟିକ ଚୂଡାମଣି ରଥ । ଶହୀଦ ଓ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ଝାଙ୍କର୍ ଙ୍କ ସଭାପତିତ୍ବ ଓ ବରିଷ୍ଠ ନାଗରିକ ସଂଘ ସଭାପତି କେଦାର ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ରଥ ଶହୀଦ ବୀର ମାଧୋ ସିଂ ଓ ତାଙ୍କ ପରିବାରର ବଳିଦାନ ଆଜିର ଯୁବ ପିଢ଼ି କୁ ଦେଶ ମାତୃକାର ସେବା କରିବାକୁ ନିଶ୍ଚିତ ପ୍ରବର୍ତ୍ତାଇବ। ଶ୍ରୀ ରଥ ଆହୁରି ମଧ୍ୟ ନିଜର ବକ୍ତବ୍ୟରେ କହିଥିଲେ ଯେ ଶହୀଦ ବୀର ମାଧୋ ସିଂ ଏବଂ ତାଙ୍କ ଶହୀଦ ପୁତ୍ର ମାନଙ୍କ ସହ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମରେ ଯେଉଁ ବୀର ମାନେ ଶହୀଦ ହୋଇଛନ୍ତି ସେମାନଙ୍କ ବୀର ଗାଥା ପାଠ୍ୟ ପୁସ୍ତକରେ ସ୍ଥାନିତ ହୋଇ ପାରିଲେ ଆମର ପର ପିଢ଼ି ଆମର ପୂର୍ବ ପୁରୁଷଙ୍କ ବଳିଦାନ ର ଇତିହାସ ଜାଣି ପାରନ୍ତେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଆଜିର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ , କାର୍ଯ୍ୟକାରୀ ସଭାପତି ଶ୍ରୀ ଝାଙ୍କର ସ୍ବାଗତ ଭାଷଣ ଓ ଉପ ସଭାପତି ରବି ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଅତିଥି ଭାବରେ ବରଗଡ ବିଡ଼ିଓ ବର୍ଷୀୟସ ଡୁଙ୍ଗ ଡୁଙ୍ଗ , ଭେଡେନ ଜମିଦାର ଶହୀଦ ମନୋହର ସିଂ ଙ୍କ ଦାୟାଦ ଅଶୋକ ସିଂ ଓ ଜ୍ୟୋତ୍ସ୍ନାମୟୀ ସିଂ , ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଗୋବିନ୍ଦ ଦାଶ, ବରଗଡ ସାମ୍ବାଦିକ ସଂଘ ଉପ ସଭାପତି ବିରେନ୍ଦ୍ର ପ୍ରଧାନ , ମାଧୋ ସିଂ ଙ୍କ ଭୂମିକା ରେ ଥିବା ପାଣ୍ଡବ କର୍ଣ୍ଣ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅମୂଲ୍ୟ ଭୋଇ ଙ୍କ ଦ୍ଵାରା ନିର୍ମିତ ଶହୀଦ ବୀର ମାଧୋ ସିଂ ଙ୍କ ପୂର୍ଣ୍ଣଅବୟାବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଶହୀଦ ବୀର ମାଧୋ ସିଂ ଭୂମିକା ରେ ଥିବା ଶ୍ରୀ କର୍ଣ୍ଣ, ତାଙ୍କ ପୁତ୍ର ହଟେ ସିଂ ଭୂମିକା ରେ ଥିବା ବୀରବଲ ମହାକୁର, କୁଞ୍ଜଲ ସିଂ ଭୂମିକାରେ ଥିବା ଅନନ୍ତ ମେହେର, ଐରୀ ସିଂ ଭୂମିକାରେ ଥିବା କ୍ଷୀରୋଦ ବାଗ, ବୈରୀ ସିଂ ଭୂମିକାରେ ଥିବା ଠାକୁର ବିଶ୍ଵାଳ ଙ୍କ ସମେତ ମନୋହର ସିଂ ଙ୍କ ଦାୟାଦ, ମାଧୋ ସିଂ ଙ୍କ ମୂର୍ତ୍ତି ତିଆରି କରିଥିବା ମୂର୍ତ୍ତିକାର ଅମୂଲ୍ୟ ଭୋଇ, ଏ ଇ ମିଶନ ସ୍କୁଲ ର ଚେୟାରମେନ ଯଶବୀର ସିଂ ଶୈନି, ବରଗଡ ଫିଜିକାଲ ଏକାଡେମି ର ମୁଖ୍ୟ ସୁରେଶ ଦାଶ ତଥା ସମସ୍ତ ଅତିଥିଙ୍କୁ ଙ୍କୁ ଆୟୋଜକ କମିଟି ପକ୍ଷରୁ ସ୍ମାରକୀ ,ପୁଷ୍ପଫୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବୀରତା ଦିବସ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ସ୍ମାରକୀ ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ। ପ୍ରତ୍ୟେକ ବର୍ଷ ଭଳି ଆଜି ମଧ୍ୟ ଜିଲ୍ଲା ସ୍ତରୀୟ ବୀରତା ଦିବସ ଜିଲ୍ଲା ପ୍ରଶାସନ, ଶହୀଦ ଓ ସ୍ମୃତି ସମିତି ଓ କୋଶଳ ରାଜ୍ୟ କ୍ରୀୟାନ୍ଵୟନ କମିଟି ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶହୀଦ ଓ ସ୍ମୃତି ସମିତି ରୁ ସୁରେନ୍ଦ୍ର ପଣ୍ଡା, କୋଶଳ ରାଜ୍ୟ କ୍ରୀୟାନ୍ଵୟନ କମିଟି ର ଦୀପକ ରଥ ସଂଯୋଜନା ରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲଲାଟେନ୍ଦୁ ଦାଶ , କାହ୍ନୁ ଚରଣ ପୃଷ୍ଟି, ପ୍ରସନ୍ନ ପ୍ରଧାନ, ଗିରିଶ ମାଝୀ , ବରଗଡ ଜିଲ୍ଲା ଭୂତପୂର୍ବ ସୈନିକ ସଂଘ ଉପ ସଭାପତି ମାନସ ଚାନ୍ଦ , ସମ୍ପାଦକ ସୂର୍ଯ୍ୟ ପ୍ରସାଦ ଦାସ, ବିଭୂତି ଭୂଷଣ ଖଦଙ୍ଗା, ଓମ ପ୍ରକାଶ ଦାଶ , ନରେନ୍ଦ୍ର ନାୟକ, ଉଗ୍ରସେନ ପ୍ରଧାନ, ଗୋପବନ୍ଧୁ ସାହୁ, ଲଳିତ ସାହୁ, ସୁନିଲ ଭୋଇ, ଶିଶିର ମହାପାତ୍ର ଙ୍କ ସହ ପରେଶ୍ ବିଶି, ଲଳିତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଭୋର୍ ରୁ ମାଧୋ ସିଂ ଭୂମିକା ରେ ଥିବା ପାଣ୍ଡବ କର୍ଣ୍ଣ ଙ୍କ ନେତୃତ୍ୱରେ ପୁତ୍ର ହଟେ ସିଂ ଭୂମିକା ରେ ଥିବା ବୀରବଲ ମହାକୁର, କୁଞ୍ଜଲ ସିଂ ଭୂମିକାରେ ଥିବା ଅନନ୍ତ ମେହେର, ଐରୀ ସିଂ ଭୂମିକାରେ ଥିବା କ୍ଷୀରୋଦ ବାଗ, ବୈରୀ ସିଂ ଭୂମିକାରେ ଥିବା ଠାକୁର ବିଶ୍ଵାଳ ପ୍ରମୁଖ ବୀର ଶହୀଦ ମାଧୋ ସିଂ ଙ୍କ ଜନ୍ମ ପୀଠ ଘେଁସ ରୁ ମଶାଲ ଆଣି ମା ସମଲେଶ୍ଵରୀ ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଗାନ୍ଧୀ ଛକ ରେ ପହଞ୍ଚିଥିଲେ ।

ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ ଓ ଗଙ୍ଗାଧର ମେହେର ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ତାପରେ ଆଜିର ଦିବସ ପାଇଁ ଅନୁଷ୍ଠିତ ମାରାଥନ କୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ମାରାଥନ ଟି ଯାଇ ବୀର ଛକ ରେ ପହଞ୍ଚିଥିଲା। ଏଥିରେ ଶହୀଦ, ସ୍ମୃତି ସମିତି ଓ କୋଶଳ ରାଜ୍ୟ କ୍ରୀୟାନ୍ଵୟନ କମିଟି , ବରଗଡ ସାମ୍ବାଦିକ ସଂଘ, ବରଗଡ ଫିଜିକାଲ ଏକାଡେମି , ବରଗଡ ଜିଲ୍ଲା ଭୂତପୂର୍ବ ସୈନିକ ସଂଘ , କୋଶଳ ସେନା ର ସଦସ୍ୟ ତଥା ଅନ୍ୟାନ୍ୟ ବହୁ ସଂଘ ସାମିଲ ହୋଇଥିଲେ। ସେହିପରି ଘେଁସ ରୁ କୋଶଳ ସେନା ର କର୍ମକର୍ତ୍ତା ସରୋଜ ପ୍ରଧାନ, ରମେଶ ରଣା, ରାକେଶ ବଢେଇ, ସମୀର ଭୋଇ, ହିମାଂଶୁ ସାହୁ, ଶତୃଘ୍ନ ଭୁଏ, ମହାଦେବ ଭୁଏ, ବରୁଣ ଭୁଏ, ଉମେଶ ବାଗ, ନୀଳ ବଞ୍ଛୋର,ମୀନକେତନ ବିଶ୍ବାଳ, କିଶୋର ବେହେରା, ରବୀନ୍ଦ୍ର ବାଗ, ଶୁଭମ୍ କର୍ମୀ, ରାଜକିଶୋର ମାଝୀ, ପ୍ରେମନ୍ ମହାକୁର, ନରେଶ ଦୀପ, ରୋହନ ପଧାନ, ସୁଦର୍ଶନ ହାତୀ, କରୁଣା ବରିହା, ହିମାଂଶୁ ମହାକୁର, ଯାନୁ ସାହୁ, ମୁକେଶ ମହାକୁର, ସୁମନ୍ତ ଜାଲ ପ୍ରମୁଖ ମଶାଲ ଆଣି ବୀର ଛକ ରେ ସ୍ଥାପନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗରର କର୍ମଚାରୀ ମାନଙ୍କ ସକ୍ରିୟ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ।

baragada jilla epa ru khyamanidhi banduki nka report epa news

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।