July 1, 2025
Home » ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ ଓ କ୍ୟାସିୟର

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ ଓ କ୍ୟାସିୟର

0
WhatsApp Image 2025-05-29 at 3.13.28 PM

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ । ଠିକାଦାର ସରୋଜ ପାତ୍ରଙ୍କ ଠାରୁ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀ 30ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ହସ୍ତଗତ ହୋଇଛି । ଭିଜିଲାନ୍ସ ଜାଲରେ ପଡିଥିବା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର ଦୁଇଜଣ ଅଧିକାରୀ ହେଲେ ଆକାଉଣ୍ଟାଣ୍ଟ ସୁରଜ୍ ପ୍ରସାଦ ଜୟଶ୍ବାଲ ଓ କ୍ୟାସିୟର ନରେଶ ପଟ୍ଟନାୟକ ।

ନରେଶ ପଟ୍ଟନାୟକ ଓ ସୁରଜ୍ ପ୍ରସାଦ ଜୟଶ୍ବାଲ ଠିକାଦାର ସରୋଜ ପାତ୍ରଙ୍କ ଠାରୁ 4ଟି କାମର ବିଲ୍ ପାସ୍ କରାଇବା ପାଇଁ 15ହଜାର ଲେଖାଏଁ ଲାଞ୍ଚ ନେଉଥିଲେ । ତେବେ ଠିକାଦାର ସରୋଜ ପାତ୍ରଙ୍କ ଅଭିଯୋଗ ଭିଜିଲାନ୍ସ ପାଇବା ପରେ ପ୍ରସ୍ତୁତ ହୋଇ ଆଜି ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଠିକ୍ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ନରେଶ ପଟ୍ଟନାୟକ ଓ ସୁରଜ ସୁରଜ୍ ପ୍ରସାଦ ଜୟଶ୍ବାଲଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସେପଟେ ବ୍ରହ୍ମପୁର ଭିଜିଲାନ୍ସର 4ଟିମ୍ ନରେସ ପଟ୍ଟନାୟକ ଓ ସୁରଜ୍ ପ୍ରସାଦ ଜୟଶ୍ବାଲଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢାଉ ଜାରୀ ରଖିଥିବା ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ଆକାଉଣ୍ଟାଣ୍ଟ ସୁରଜ୍ ପ୍ରସାଦ ଜୟଶ୍ବାଲଙ୍କ ଅଫିସ ଚେଳିଗଡରେ ରହିଛି ସେଠାକୁ ଭିଜିଲାନ୍ସର 2ଟି ଟିମ୍ ପହଞ୍ଚି ଜୟଶ୍ବାଲଙ୍କ ଘରେ ଓ ଅଫିସ୍ ରେ ଚଢାଉ ଜାରୀ ରଖିଛନ୍ତି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *