ମର୍ମନ୍ତୁଦ ଦୁର୍ଘଟଣା: ହାଇୱାକୁ ପିଟିଲା BMW କାର୍, ଘଟଣାସ୍ଥଳରେ ଦୁଇଜଣ ଙ୍କ ମୃତ୍ୟୁ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଏପାସ୍ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ BMW କାର୍ ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି।ମୃତ ବ୍ୟକ୍ତି ହେଲେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ ବୋଲି ଜଣାପଡିଛି।
କାର୍ର ନମ୍ବର (ଏଚ ଆର ୨୬ ସିବି୫୩୮୪) କୁ ଦେଖିଲେ ଏହା ହରିୟାଣା ରାଜ୍ୟର ନମ୍ବର ବୋଲି ଜଣାପଡିଛି। ସେହିପରି ହାଇୱାର ନଂ (ଓ ୧୮ ଜି ୪୯୩୨) ରହିଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ଚୁର୍ମାର ହୋଇଯାଇଛି।ଅନ୍ୟପଟେ, ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
