ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ କନକ୍ଳେଭ -୨୦୨୬ ଆୟୋଜିତ
ସୋନପୁର ସ୍ଥିତ ମହାନଦୀ ଧାରା ପୂର୍ଣ୍ଣାଙ୍ଗ ଆବାସିକ ଶିକ୍ଷାନୁଷ୍ଠାନ ଜଳବାୟୁ ପରିବର୍ତ୍ତନ ଉପରେ ଏକ କନକ୍ଳେଭ ଆୟୋଜନ କରିଛି।ଏହି ଆୟୋଜନ ରେ ବିଭିନ୍ନ ବୌଦ୍ଧିକ ମଣ୍ଡଳରୁ ଅନେକ ଆଲୋଚକ,ବୁଦ୍ଧିଜୀବୀ,ଗବେଷକ,ପରିବେଶବିତ୍,ଲେଖକ,ଶିକ୍ଷାବିତ୍,ଲୋକ କଳାକାର ଓ ଅନେକ ବରିଷ୍ଠ ସାମ୍ବାଦିକ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ତିନୋଟି ଆଲୋଚନାଚକ୍ର ରେ ଅନେକ ବିଶିଷ୍ଟ ବ୍ୟକ୍ତିତ୍ଵ,ପ୍ରସିଦ୍ଧ ଜାତୀୟ ସ୍ତରର ପରିବେଶ ସାମ୍ବାଦିକ ତଥା Down to Earth ra ପରିଚାଳନା ସମ୍ପାଦକ ରିଚାର୍ଡ ମହାପାତ୍ର,ଓଡ଼ିଶାର ଜଳପୁରୁଷ ରଞ୍ଜନ ପଣ୍ଡା,ପ୍ରତିଷ୍ଠିତ ସମ୍ବଲପୁର ଆଇଆଇଏମ ର ଅଧ୍ୟାପକ ସୁଜିତ୍ ପୃଷେଠ ଆଲୋଚକ ଏବଂ ବିଶିଷ୍ଟ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର,ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ଲାବନ ମହାପାତ୍ର ଆଲୋଚନାଚକ୍ର ର ପରିଚାଳକ ଭାବେ ଯୋଗ ଦେଲେ।ଏହି କନକ୍ଳେଭ ରେ ମୁଖ୍ୟ ଅତିଥି ତଥା ମୁଖ ବିଷୟବସ୍ତୁ ବକ୍ତା ଭାବରେ ସୁବର୍ଣ୍ଣପୁର ର ଜିଲ୍ଲାପାଳ ଡ.ନୃପରାଜ୍ ସାହୁ ଯୋଗ ଦେଇଥିଲେ । ତାଙ୍କର ବକ୍ତବ୍ୟ ରେ ସେ ଜଳବାୟୁ ପରିବର୍ତ୍ତନ ର ସାଙ୍ଘାତିକତା ଦର୍ଶେଇ ଅନେକ ପରିସଂଖ୍ୟାନ ତଥ୍ୟ ଦେଇ ପରିବେଶ ସୁରକ୍ଷା ତଥା ଧରଣୀର ବିକାଶ ଦିଗରେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।ଅନୁଷ୍ଠାନ ର ସହ- ପ୍ରତିଷ୍ଠାତ। ଶ୍ରୀମତୀ ଆଭା ପୁଝାରୀ ମଧ୍ୟ ସଭାରେ ଯୋଗ ଦେଲେ । ରିଚାର୍ଡ ମହାପାତ୍ର ତାଙ୍କର ଭାଷଣ ରେ ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ଵ ସ୍ତରୀୟ ଦୃଷ୍ଟିକୋଣ ଏବଂ ମହାନଦୀ ର ପ୍ରଦୂଷଣ ତଥା ସୁରକ୍ଷା ଉପରେ ଆଲୋକପାତ କଲେ।ଦ୍ଵିତୀୟ ଆଲୋଚନା ଚକ୍ର “ଜଳବାୟୁ ପରିବର୍ତ୍ତନ ଏବଂ ମାନବର ଭବିଷ୍ୟତ” ରେ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର୍ ଅତିଥି ଆଲୋଚକ ତଥା ପରିବେଶବିତ୍ ଶ୍ରୀ ରଞ୍ଜନ ପଣ୍ଡା ଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କଲେ,ଶ୍ରୀ ପଣ୍ଡା ଜଳବାୟୁ ପରିବର୍ତ୍ତନ ରେ ସଂସ୍କାର ପାଇଁ ଅନ୍ଧ ଭାବରେ ବୃକ୍ଷରୋପଣ ନ କରି ଜୈବବିବିଧତା କୁ ବଜାୟ ରଖିବାକୁ ତର୍କ ଦେଲେ।ଏଥି ସହିତ ସେ ପ୍ରକୃତି ରୁ ସଂସ୍କୃତି ର ଲୋକମାନସରେ ବିଚ୍ଛିନ୍ନତା ଏବଂ ମାନସିକ ସ୍ତରରେ ଯୁବ ସମାଜର ପ୍ରକୃତି ଠାରୁ ଦୂରତା କୁ ପରିବେଶ ପ୍ରଦୂଷଣ ର ମୁଖ୍ୟ କାରଣ ବୋଲି ପ୍ରକାଶ କଲେ।ତୃତୀୟ ଆଲୋଚନା ଚକ୍ର “ଯୁବାବର୍ଗ,ଶିକ୍ଷା ଏବଂ ଜଳବାୟୁ ଉତ୍ତରଦାୟିତ୍ୱ”ରେ ମହାନଦୀ ଧାରା ପ୍ରତିଷ୍ଠାତା,ଅତିଥି ଆଲୋଚକ ଡ. ସୁଜିତ୍ ପୁସେଥ ଙ୍କୁ ପରିବେଶ ସୁରକ୍ଷା ରେ ଯୁବବର୍ଗ ର ଦାୟିତ୍ଵ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାିଥିଲେ। ଡ. ପୃଷେଠ ଏହାରି ଉପରେ ଯୁବ ସମାଜର ସୃଜନଶୀଳତା ଏବଂ ଉଦ୍ଭାବନ କୁ ଜୋର ଦେଇଥିଲେ।ଏଥି ସହିତ ସେ ଆର୍ଥନିତିକ ଅସମାନତା,ଲିଙ୍ଗଗତ ବୈଷମ୍ୟତା ଆଦିକୁ ଜଳବାୟୁ ଉତ୍ତରଦାୟିତ୍ୱ ରେ ପ୍ରତିବନ୍ଧକ ବଳି ଦର୍ଶାଇ ଥିଲେ। ଶେଷ ରେ ଛାତ୍ର ଛାତ୍ରୀ,ବୁଦ୍ଧିଜୀବୀ ଏବଂ ଅନ୍ୟ ଦର୍ଶକ ଅତିଥି ବକ୍ତା ମାନଙ୍କୁ ପ୍ରଶ୍ନ ପ ଚାରିଥିଲେ ।ସଭାର ପରିଚାଳନା ଶିକ୍ଷୟତ୍ରୀ ପ୍ରିୟଙ୍କାରାଣୀ ନେଗୀ କରିଥିଲେ।ସର୍ବ ଶେଷ ରେ ଜଣାଶୁଣା ଲୋକ କଳାକାର ଦିଲ୍ଲୀପ ଦୀପ ଏବଂ ତାଙ୍କର ସାଥୀ କଳାକାର ଘୁଡକା ବାଦ୍ୟ ର ତାଳେ ତାଳେ ପରିବେଶ ସୁରକ୍ଷା ଉପରେ ସ୍ବରଚିତ ଏକ ସଙ୍ଗୀତ ତଥା ନୃତ୍ୟ ପରିବେଷଣ କରିଥିଲେ l
ରିପୋର୍ଟ — ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
