August 24, 2026
Home » ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲ ପକ୍ଷରୁ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଉଦଯାପିତ

ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲ ପକ୍ଷରୁ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଉଦଯାପିତ

0
WhatsApp Image 2026-08-24 at 2.07.17 PM

ଭବାନୀପାଟଣା :ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲ ପକ୍ଷରୁ ଭବାନୀପାଟଣା ସ୍ଥିତ ରାଜବାଟି ସଭାମଣ୍ଡପ ଠାରେ ଅନୁଷ୍ଠିତ ଦୁଇ ଦିନିଆ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ରବିବାର ଉଦଯାପିତ ହୋଇ ଯାଇଛି। ଶନିବାର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଫାଇନ୍ ଆର୍ଟ ବିଭାଗର ସହକାରୀ ପ୍ରଫେସର ନିତ୍ୟାନନ୍ଦ ସାହୁ ଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ। ଏଥିରେ ୨୪ ଜଣ କଳାକାର ଅଂଶ ଗ୍ରହଣ କରି କ୍ୟାନଭାସ ରେ ବିଭିନ୍ନ ଚିତ୍ର ଆଙ୍କିଥିଲେ। ରବିବାର ଉଦଯାପନୀ ସମାରୋହରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ ଅଗ୍ରୱାଲ, ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାସ, ଶିକ୍ଷାବିତ୍ ଡ଼ ଅଜୟ ମିଶ୍ର, ବିଶିଷ୍ଟ ଚିତ୍ରଶିଳ୍ପୀ ଅକ୍ଷୟ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ତଥା ଗବେଷକ ସତ୍ୟ ନାରାୟଣ ମହାପାତ୍ର, ଅବସର ପ୍ରାପ୍ତ ପ୍ରାଧ୍ୟାପକ ସୀମାଞ୍ଚଳ ମିଶ୍ର ଓ ସହକାରୀ ପ୍ରଫେସର ନିତ୍ୟାନନ୍ଦ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ଚିତ୍ରଶିଳ୍ପୀ ଅକ୍ଷୟ ପଟ୍ଟନାୟକ,ସଂସ୍କୃତି ଗବେଷକ ତଥା ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା ଓ କଳାହାଣ୍ଡି ଫାଇନ ଆର୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିଣ୍ଟୁ ପ୍ରସାଦ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଆର୍ଟ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଶିଳ୍ପୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲର ଅଧ୍ୟକ୍ଷ କ୍ଷୀରସିନ୍ଧୁ ଭୋଇ ଓ କଳା ଶିକ୍ଷୟତ୍ରୀ ଭାରତୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *