October 5, 2026
Home » ଡ.କୁଳାଙ୍ଗାର ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ

ଡ.କୁଳାଙ୍ଗାର ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ

0
1001066309
।
ନୟାଗଡ଼ :  ନୟାଗଡ ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ଚଳଚିତ୍ର ଜଗତର ଲୋକପ୍ରିୟ କଳାକାର ତଥା ନାଟ୍ୟକାର ଅଶ୍ରୁ୍ମୋଚନ ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବ୍ୟଙ୍ଗ କବି ଜ୍ଞାନ ହୋତା, ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି, ଡ.କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ,ରବୀନ୍ଦ୍ର ରାଉତ, ବିଭୁ ମିଶ୍ର,ସଚିକାନ୍ତ ବେହେରା, ପ୍ରତାପ ସାହୁ ଏବଂ ରବୀନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ବ୍ୟଙ୍ଗ କବିମାନେ ଯୋଗ ଦେଇଥିଲେ । ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଉତ୍କଳ ଘଣ୍ଟ ହାସ୍ୟ ରସିକ ଉପାୟନ-୨୦୨୬ ବ୍ୟଙ୍ଗବାଗୀଶ ଡ.କୁଳାଙ୍ଗାରଙ୍କୁ ପ୍ରଦାନ ସହିତ ନଗଦ ୨୧ହଜାର ଟଙ୍କା ପୁରସ୍କାର ରାଶି, ଉପଢୌକନ ଏବଂ ମାନପତ୍ର ଦେଇ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଅନୁରୂପ ଭାବେ ଅନ୍ୟ ହାସ୍ୟ କଳାକାରମାନଙ୍କୁ ମଧ୍ୟ ଉପଢୌକନ ଏବଂ ମାନପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଅନୁଷ୍ଠାନର ସମ୍ପାଦକ ନିର୍ମଳ ଶୁରଦେଓ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,ଶେଖ ଅବଦୁଲ ଖାଲିକ, କବି ଅଶୋକ ମଲ୍ଲ, ଲକ୍ଷ୍ମୀଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହସିବା ଦ୍ଵାରା ଦେହ ଓ ମନ ସୁସ୍ଥ ରହେ । ପ୍ରତ୍ୟେକ ମନୁଷ୍ୟ ନିଜେ ହସିବା ସହିତ ଅନ୍ୟ ମାନଙ୍କୁ ହସେଇବା ଆବଶ୍ୟକ। ନୟାଗଡ଼ ମାଟି ବ୍ୟଙ୍ଗ ସାହିତ୍ୟର ମାଟି ଏବଂ ଏଠାରେ ବ୍ୟଙ୍ଗକବି ତଥା ଉତ୍କଳଘଣ୍ଟ ଯଦୁମଣୀ ସମଗ୍ର ରାଜ୍ୟ ତଥା ଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ତାଙ୍କର କୃତି ନୟାଗଡ଼ ପାଇଁ ଗୌରବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବ୍ୟଙ୍ଗ କବି ଓ ହାସ୍ୟ ଅଭିନେତାମାନେ ଦର୍ଶକଙ୍କୁ ବିଭିନ୍ନ ବ୍ୟଙ୍ଗ ଓ ଅଭିନୟ ଦ୍ବାରା ବିମୋହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ,ସାହିତ୍ୟିକ, ସାମ୍ବାଦିକ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ହାସ୍ୟ ରସ ବ୍ୟଙ୍ଗ କବିତାର ହସି ହସି ମଜା ନେଇଥିଲେ ।

 

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *