August 21, 2026
Home » ମାଲକାନଗିରିରେ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ -୨୦୨୬ ଉଦ୍ଘାଟିତ

ମାଲକାନଗିରିରେ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ -୨୦୨୬ ଉଦ୍ଘାଟିତ

0
WhatsApp Image 2026-01-23 at 1.21.34 PM

ମାଲକାନଗିରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ୨୨ ଓ ୨୩ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଗୁରୁବାର ସମୟ ୧୨:୦୫ମି. ରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ ଉପାଧ୍ୟାୟ ସଭାପତିତ୍ୱରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚିତ୍ତରଂଜ ପାଣିଗ୍ରାହୀଙ୍କ ଅବାହାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାଲାକାନଗିରି ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ଆଚ଼ାରୀ, ବାଲିମେଳା ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ସଂସଦ ପ୍ରତିନିଧି ସଂଜୟ କୁମାର ସରକାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯକ୍ତ ଭାଗିରଥୀ ବେହେରା ପ୍ରମୁଖ ମଞ୍ଚାସୀନ ରହିଥିଲେ ।

ମାନ୍ୟବର ମନ୍ତ୍ରୀଙ୍କ କରକମଳରେ ପୁନର୍ବାସ ଯୋଜନା ଅଧିନରେ ପାଞ୍ଚ ଜଣ କର୍ମଚାରୀ ଙ୍କୁ ପ୍ରଦତ୍ତ ନିଯୁକ୍ତି ପତ୍ର ପ୍ରଦାନ ସହ ଜର୍ଣ୍ଣାଲ ଉନ୍ମୋଚ଼ନ ସହିତ ସମଗ୍ର ଶିକ୍ଷା ମାଲାକାନଗିରି କ୍ୟାଲେଣ୍ଡର -୨୦୨୬ର ଶୁଭ ଉନ୍ମୋଚନ ହୋଇଥିଲା । ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇ ପାରିବ ଏବଂ ଜୀବନରେ ସଫଳତା ପାଇଁ କଠିନ ପରିଶ୍ରମ ଏକାନ୍ତ ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ ।
ପିଲାମାନଙ୍କ ଦ୍ୱାର ଆୟୋଜିତ ହୋଇଥିବା ପ୍ରଦର୍ଶନୀ ଉଦ୍ଘାଟନ ସହ ପ୍ରଦର୍ଶନ, ପିମଶ୍ରୀ ବିଦ୍ୟାଳୟ ପ୍ରାଚୀର ପତ୍ରିକା ଓ ଜ୍ଞାନ କାନ୍ଥ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଆକାଂକ୍ଷୀ ମେଳା ଇନ୍ସପାଏରି ଓଡ଼ିଶା @୨୦୩୬ ଷ୍ଟଲ, ପିମଶ୍ରୀ ଆକାଂକ୍ଷୀ ଛାତ୍ର ପରିଷଦ ଷ୍ଟଲ, ଦୋକାନ ଯାତ୍ରା ପିମଶ୍ରୀ ବିଜନେସ ସମିଟ ଷ୍ଟଲ, ଆକାଂକ୍ଷୀ ଛାତ୍ର ପରିଷଦ ଟାଲେଣ୍ଟ ଗ୍ୟାଲେରୀ, ଭୋକସନଲ ଷ୍ଟଲ, କସ୍ତୁରବା ଗାନ୍ଧି ବାଲିକା ବିଦ୍ୟାଳୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସୃଜନଶୀଳ ପ୍ରବନ୍ଧ, ଗଳ୍ପ ଓ ପଟ୍ଟଚିତ୍ର ପ୍ରମୁଖ ସ୍ଥାନ ପାଇଅଛି । ଯାହାକି ଶ୍ରୀକ୍ଷାର୍ଥୀ ମାନଙ୍କର ବୌଧିକ ମାନସିକ ଏବଂ ସାମଗ୍ରୀକ ବିକାଶରେ ସହାୟକ ହେବ । ଏକ ବିଂଶ ଶତାବ୍ଦୀ ଜୀବନ କୌଶଳ କୁ ଆୟତ କରିବାର ଦକ୍ଷତା ଗୁଡ଼ିକୁ ଶିକ୍ଷାର୍ଥୀ ମାନେ ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଦେବରାଜ ସେଠୀ ପରିଚାଳନା କରିଥିଲା ବେଳେ ଏହାର ସଫଳ ରୂପାୟନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଲକାନଗିରି ଶ୍ରୀମତୀ ମମତା ସୟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ବାରୋଇ ,ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଥିଲି ସୁମିତ ବିଶ୍ୱାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ କୋରକଣ୍ଡା ଗାୟତ୍ରୀ ଦେବୀ, ବିଜ୍ଞାନ ନିରିକ୍ଷକ ଜଗନ୍ନାଥ ବେହେରା, ସନ୍ଦିପ ଦାଶ, ଜଗଦୀଶ ସେଠୀ, ଅନନ୍ତ ବେହେରା, ଦାନବଂଧୁ ବେଜ, ସନାତନ ପ୍ରଧାନ, ମନୋଜ ମହାପାତ୍ର ,ଜିତୁ ରଂଜନ ସ୍ୱାଇଁ, ଚତୁର୍ଭୁଜ ଦାଶ, ଶରତ କୁମାର ଦାଶ, ବାସୁଦେବ ପଣ୍ଡା ଙ୍କ ସହିତ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନଙ୍କର ସହଯୋଗ ରହିଥିଲା ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୂ ତିରୁମାଲା ପ୍ରସାଦ ପଟ୍ଟନାୟକ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed