February 5, 2026
Home » ମାଲକାନଗିରି ଜିଲ୍ଲାରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଆୟୋଜିତ

ମାଲକାନଗିରି ଜିଲ୍ଲାରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଆୟୋଜିତ

0
WhatsApp Image 2026-01-22 at 7.42.10 AM (1)

 

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକ ତରଫରୁ ବୁଧୁବାର ଦିନ ମାଲକାନଗିରି ଜିଲ୍ଲାର ୩ ଟି କେନ୍ଦ୍ରକୁ ନେଇ ସୁରୁଖୁରୁରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଯୋଗ୍ୟତା ପରୀକ୍ଷା ଆୟୋଜିତ ସମ୍ପନ୍ନ ହୋଇଯାଇଅଛି, ଯାହାକୁ ପରିଚାଳନା କରିଥିଲା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ମାଲକାନଗିରି ଜିଲ୍ଲା। ମୋଟ ପିଲା ପରୀକ୍ଷା ଦେବାର ସୁବ୍ୟବସ୍ଥା କରାଯାଇଥିଲା ।ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ତରଫରୁ ଯାହା ସୂଚନା ପ୍ରାପ୍ତ ହୋଇଅଛି ୩ଟି କେନ୍ଦ୍ରରେ ସର୍ବମୋଟ ସଂଖ୍ୟକ ୭୩୮ ପରିକ୍ଷାର୍ଥୀ ଭାଗ ନେଇଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା, ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଜଗନ୍ନାଥ ବେହେରା କେନ୍ଦ୍ର ସବୁ ନିରୀକ୍ଷଣ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ନିଜ ବ୍ଲକର କେନ୍ଦ୍ରକୁ ପରିଚାଳନା କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *