ମାହେଶ୍ୱରୀ ଗୋଶାଳା ପରିଦର୍ଶନ କଲେ ବିଶିଷ୍ଟ ଗୋସେବକ ସାଧୁ କମଳ ମହାପ୍ରଭୁ
ସୁବର୍ଣ୍ଣପୁର:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତlପାଲି ଠାରେ 2020ମସିହାରେ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସ୍ଥାପନ କରି ବୌଦ୍ଧ ସହରର 150 ବୁଲା ଗାଈ ଗୋରୁଙ୍କୁ ନେଇ ପ୍ରତିପାଳନ କରି ଆସୁଛନ୍ତି l ସରକାରୀ ଅନୁଦାନରେ ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇଥିବାବେଳେ ଦୈନିକ ଖାଦ୍ୟ ପାଇଁ ବାର୍ଷିକ 20 ହଜାର ଟଙ୍କା ଗୋଟିଏ ଗାଇପିଛା ଦେବାପାଇଁ ଥିବାବେଳେ ବର୍ତମାନ ସରକାର ଅନୁଦାନ କମେଇ ଦେଇଥିବାରୁ ଗୋଶାଳା ପରିଚାଳନା ଦାୟିତ୍ୱରେ ଥିବା ଅଧକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ, ଉପଦେଷ୍ଟା ସାମାଜିକକର୍ମୀ କେଦାରନାଥ ସାହୁ, ସଦସ୍ୟ ଗିରିଶଚନ୍ଦ୍ର ବଘାର ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି l ବୌଦ୍ଧ ଗସ୍ତରେ ଆସିଥିବା ବିଶିଷ୍ଟ ଗୋସେବକ ସନ୍ଥ କମଳ ମହାପ୍ରଭୁଙ୍କ ସହିତ ଏହି ଅସୁବିଧା ଉପରେ ଆଲୋଚନା କରିବାରୁ ବର୍ଷା ପାଗ ସତ୍ୱେ ଗୋଶାଳା ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଉପସ୍ଥାପନା କରି ଗୋଶାଳା ମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଚାପ ସୃଷ୍ଟି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ବୌଦ୍ଧ ଜିଲ୍ଲାରେ ଅଧିକ ସଂଖ୍ୟାରେ ଦେଶୀ ଗୋମାତା ଥିବାରୁ ତାଙ୍କର ସୁରକ୍ଷା ଓ ସେବା ପାଇଁ ଏକ ଗୋଆଭୟରଣ୍ୟ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି l ଏଣୁ ଖାଲି ସରକାର ଅନୁଦାନଦେଲେ ହେବନାହିଁ ପଞ୍ଚଗଵ୍ୟରୁ ବିଭିନ୍ନ ସାମଗ୍ରୀ କରିବା, ଜୈବିକ ଖତ, ଗୋବର ଗ୍ୟାସ ଇତ୍ୟାଦି କରି ନିଜେ ସ୍ୱାବଲମ୍ବୀ ହେବା ପାଇଁ କମିଟିକୁ ପରାମର୍ଶ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
