August 15, 2026
Home » ସ୍ୱାଧୀନତା ଦିବସରେ ମଞ୍ଜି ବୁଣି ଜଙ୍ଗଲ ସୃଷ୍ଟିର ନିଆରା ପ୍ରୟାସ l

ସ୍ୱାଧୀନତା ଦିବସରେ ମଞ୍ଜି ବୁଣି ଜଙ୍ଗଲ ସୃଷ୍ଟିର ନିଆରା ପ୍ରୟାସ l

0
WhatsApp Image 2026-08-15 at 3.31.24 PM (2)

 

ସୁବର୍ଣ୍ଣପୁର —ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରତାପପୁର, ସୋନପୁରଠାରେ ଦେଶପ୍ରେମ ଓ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଥିଲା। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟାଙ୍କ ସହଯୋଗରେ ମଞ୍ଜି ବୁଣି ଜଙ୍ଗଲ ସୃଷ୍ଟି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲକ୍ଷ୍ମଣ ମେହେର ପତାକା ଉତ୍ତୋଳନ କରିଥିଲେ। ସ୍ୱେଚ୍ଛାସେବୀ ଶିକ୍ଷକ ଅମନ ମହାପାତ୍ର ରେଡକ୍ରସ୍‌ ଓ ପ୍ୟାରେଡ୍‌ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଗ୍ରାମୋତ୍ଥାନର ଶିକ୍ଷୟିତ୍ରୀ ଆନ୍ନା ଖେସଙ୍କ ନେତୃତ୍ୱରେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା। ଗ୍ରାମୋତ୍ଥାନର ଶିକ୍ଷକ ଜୟକୃଷ୍ଣ ରାଉତ ଓ ଶିକ୍ଷକ ଅକ୍ଷୟ ଜେନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ରହିଥିଲେ lକାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଦ୍ୟାଳୟରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ‘ମଞ୍ଜି ବ୍ୟାଙ୍କ’। ଏହି ମଞ୍ଜି ବ୍ୟାଙ୍କରେ ସଂଗୃହୀତ ବିଭିନ୍ନ ପ୍ରକାରର ମଞ୍ଜିକୁ ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟାମାନେ ମିଳିତ ଭାବେ ବୁଣିଥିଲେ। ଏଥିସହିତ ମଞ୍ଜି ବଲ୍‌ ଫିଙ୍ଗି ଅଧିକରୁ ଅଧିକ ଗଛ ସୃଷ୍ଟି କରିବାର ଏକ ନିଆରା ପ୍ରଚେଷ୍ଟା ମଧ୍ୟ କରାଯାଇଥିଲା।ସ୍ୱାଧୀନତା ଦିବସକୁ କେବଳ ଉତ୍ସବରେ ସୀମିତ ନରଖି ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ପାଇଁ ଏଭଳି ଅଭିନବ ପଦକ୍ଷେପ ନେଇଥିବାରୁ ବିଦ୍ୟାଳୟର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ଢେର ସାରା ପ୍ରଶଂସା କରିଛନ୍ତି । “ଗୋଟିଏ ମଞ୍ଜି, ଗୋଟିଏ ଗଛ—ସବୁଜ ହେଉ ଆମ ଭବିଷ୍ୟତ” ବାର୍ତ୍ତା ସହ କାର୍ଯ୍ୟକ୍ରମଟି ଏକ ପରିବେଶବନ୍ଧୁ ସମାଜ ଗଠନର ସଂକଳ୍ପ ଦେଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *