ମୁସଲିମ କବ୍ରସ୍ତାନରେ ଅହମଦିୟା ଯୁବ ସଂଗଠନ ଦ୍ୱାରା ସ୍ୱଚ୍ଛତା ଅଭିଯାନ

ଢେଙ୍କାନାଳ ସହର ଉପକଣ୍ଠସ୍ଥ ଗୁଣ୍ଡିଚାପଡ଼ା ଅଞ୍ଚଳର ମୁସଲିମ କବ୍ରସ୍ତାନରେ ଅହମଦିୟା ମୁସଲିମ ଯୁବ ସଂଗଠନ ମଜଲିସ ଖୁଦ୍ଦାମୁଲ ଅହମଦିୟା ଆନୁକୁଲ୍ୟରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଯୁବ ସଂଗଠନର ଅଧ୍ୟକ୍ଷ ଶେଖ୍ ଜହୀରଙ୍କ ନିର୍ଦ୍ଦେଶନାରେ ଗଠିତ ହୋଇଥିଲା ।
ପ୍ରବଳ ବର୍ଷା ପରେ କବ୍ରସ୍ତାନ ଅଞ୍ଚଳରେ ବୃଦ୍ଧି ପାଇଥିବା ଅନାବଶ୍ୟକ ଗଛପତ୍ର ଓ ଝାଡ଼ି-ଜଙ୍ଗଳ ଯୋଗୁଁ ଦେଖିବାକୁ ମିଳୁଥିଲା ବିକରାଳ ଦୃଶ୍ୟ। ଏହା ଦ୍ୱାରା ଏଠାରେ ଯିବା ବାଟୋଇ ମାନେ ଭୟଭୀତ ହେଉଥିଲେ ।ଯୁବ ସଂଗଠନର ସଦସ୍ୟମାନେ ସାର୍ବଜନୀନ ରାସ୍ତା ଓ କବ୍ରସ୍ତାନର ଆଖପାଖ ଅଞ୍ଚଳକୁ ସଫା କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଅବସରରେ ସଂଗଠନର ପୂର୍ବ ଅଧ୍ୟକ୍ଷ ମହମୁଦ ଖାଁ ନେତୃତ୍ୱ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ସେନା ଜବାନ ତୋରାବ ଖାଁ, ମୌଲବୀ ମୁଜାଫ଼଼ର ଖାଁ, ମୌଲବୀ ଜଲାଲ ଉଦ୍ଦିନ ଖାଁ, ଆସିଫ ଅଲୀ ଖାଁ, ସୋଲେମାନ୍ ଅହମଦ, ୱାହିଦ ଖାଁ, ଶେଖ୍ ୟୁସୁଫ, ମାଜ ଅହମଦ, ଶେଖ୍ ୟୁନୁସ, ଜକାତୁଲ୍ଲାହ ଖାଁ, ସାହିର ମହମ୍ମଦ, ବେସାରତ ଖାଁପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରଚେଷ୍ଟା ଗ୍ରାମୀଣ ସମାଜରେ ଏକ ସକାରାତ୍ମକ ସନ୍ଦେଶ ପଠାଇଛି ଯେ, ଧାର୍ମିକ ସ୍ଥାନମାନଙ୍କ ସମ୍ମାନ ଓ ସ୍ୱଚ୍ଛତା ପ୍ରତି ଆମ ନାଗରିକ ଦାୟିତ୍ୱ ଏବଂ ମାନବିକତାର ପ୍ରକାଶ ଅତି ଆବଶ୍ୟକ।
kamkhyanagar epa ru rajkishor rout nka report