August 21, 2026
Home » ରଥଖଳା:ରଥ ନିର୍ମାଣ କାର୍ଯ୍ୟ ନବମ ଦିବସ

ରଥଖଳା:ରଥ ନିର୍ମାଣ କାର୍ଯ୍ୟ ନବମ ଦିବସ

0
WhatsApp Image 2026-04-30 at 11.28.08 AM (2)

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ର ମହାରଣା ସେବକ – ୬୭*ତିନିରଥ ର କରତୀ ସେବକ – ୪*ତିନିରଥ ଓଝା କମାର ସେବକ – ୧୨ *ତିନିରଥ ର ଭୋଇ ସେବକ – ୪୮ *ରଥଖଳା ସହାୟକ( ପାଣି ବାଲା) – ୧ ମୋଟ – ୧୩୨ଜଣ  ରଥ ନିର୍ମାଣ ଅଗ୍ରଗତି ଆଜି ରଥ ନିର୍ମାଣର ନବମ ଦିନରେ ରଥ ନିର୍ମାଣକାରୀ ସେବକ ବୃନ୍ଦ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ମୁଖ୍ୟ ମହାରଣା ଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।  ( ଗତକାଲି ତିନିରଥ ର ତୁମ୍ବ ଗୁଡ଼ିକରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇ, ତୁମ୍ବ ର ବିନ୍ଧ ପରଖ ସହ ତୁମ୍ବ ରେ ଅର ସଂଯୋଗ ପାଇଁ ଅଗରବିନ୍ଧ କାର୍ଯ୍ୟ ଜାରୀ ରହିଥିଲା) ତିନିରଥ ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ ପରଖ କାର୍ଯ୍ୟ ସହ ଅଗରବିନ୍ଧ କାର୍ଯ୍ୟ ସମ୍ପନ୍ନ *ଆଜି ତିନିରଥ ମହାରଣା ସେବକ ମାନେ ତିନି ରଥର ମୋଟ ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ ପରଖ କାର୍ଯ୍ୟ ଶେଷ ପରେ ତୁମ୍ବ ଗୁଡ଼ିକରେ ଅଗରବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।

ତିନି ରଥର ତୁମ୍ବ ଗୁଡ଼ିକରେ ପନ୍ଦାରୀ ଗାଡ ଖୋଦେଇ କାର୍ଯ୍ୟ ଜାରି ତିନି ରଥର ମହାରଣା ସେବକ ମାନେ ତିନି ରଥର ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ ଗୁଡ଼ିକର ପରଖ କାର୍ଯ୍ୟ ଶେଷ କରିଛନ୍ତି । (ବିନ୍ଧରେ ଅର ସଂଯୋଗ ପୂର୍ବରୁ ନିହାଣ ମରି ବିନ୍ଧ ସାଇଜ କାର୍ଯ୍ୟ) ଏଥିସହ ତୁମ୍ବ ଗୁଡ଼ିକରେ ଅର କଣ୍ଟା ବାଡିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଅଛି ।ଏଥିସହ ଆଜି ତିନି ରଥର ମହାରଣା ସେବକ ମାନେ ତୁମ୍ବ ଗୁଡ଼ିକରେ ଅଖ ସଂଯୋଗ ପାଇଁ ପନ୍ଦାରି ଗାଡ ଖୋଦେଇ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।(ତୁମ୍ବ ର ଉଭୟ ପାର୍ଶ୍ଵ ମଧ୍ୟଭାଗରେ ପନ୍ଦାରି ବଳା ବସିବା ପାଇଁ ନିହାଣ ରେ ହାଣି ଗୋଲାକାର ଗାଡ଼ ନିର୍ମାଣ କରୁଛନ୍ତି ଯେପରି ବିନା ବାଧାରେ ଅଖ ଗୁଡ଼ିକ ପସି ରହିପାରିବ)ସୂଚନା ଆସନ୍ତାକାଲି ତା୩୦.୪.୨୦୨୬ରିଖ,ଗୁରୁବାର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମ (ପ୍ରକଟ) ତିଥିରେ ଗୁଜ ଅନୁକୂଳ ପୂଜା ଅନୁଷ୍ଠିତ ହେବ।

ଏଥିସହ ଅର କଟା ଅନୁକୂଳ ପୂଜା ତିନିରଥ ର ମୁଖ୍ୟ ମହାରଣା ସେବକଙ୍କ ଦ୍ୱାରା ପରମ୍ପରା ପ୍ରକାରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ରଥ ଅମିନ ଶ୍ରୀ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳୀକୁ ଗୁଜ,କୁଡ଼ୁକା ଏବଂ ଜଳଜନ୍ତ୍ର ନିର୍ମାଣ ପାଇଁ ପ୍ରଥମ ଦଫାରେ ୮ ଟି ଲେଖାଏଁ ୧୨ ଫୁଟିଆ ଧାଉରା ଏବଂ ଅସନ ଗୋଟା କାଠ ଯୋଗାଇ ଅଛନ୍ତି । ଏଥିସହ ଆସନ୍ତା କାଲି ନୃସିଂହ ଜନ୍ମ ପ୍ରକଟ ତିଥିରେ ପରମ୍ପରା ମତେ ଭୋଇ ସେବକଙ୍କ ଦ୍ୱାରା ଯନ୍ତା ଗାଡ ପ୍ରସ୍ତୁତି କାର୍ଯ୍ଯ ସମ୍ପନ୍ନ ହୋଇଥାଏ ।କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥ ର ଓଝା କମାର ସେବକ ମାନେ ତିନି ରଥର ୧. ନମ୍ୱର ଚକ ଏବଂ ୨ ନମ୍ୱର ଚକ ଗୁଡ଼ିକର ତୁମ୍ବ ପାଇଁ ପନ୍ଦାରି ବଳା ନିର୍ମାଣ ଶେଷ କରି ପନ୍ଦାରି ବଳା ଗୁଡ଼ିକର ମଠା କାର୍ଯ୍ୟ ସହ ଅରକଣ୍ଟା ନିର୍ମାଣ ଜାରିରଖିଛନ୍ତି

soubhagya pattnayak nka report

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed