ରଥଖଳା:ରଥ ନିର୍ମାଣ କାର୍ଯ୍ୟ ତୃତୀୟ ଦିବସ
ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ*ତିନିରଥ ମହାରଣା ସେବକ – ୨୫*ତିନିରଥ କରତୀ ସେବକ – ୪*ତିନିରଥ କମାର ସେବକ – ୬
*ତିନିରଥ ଭୋଇ ସେବକ – ୧୪*ରଥଖଳା ସହାୟକ(ପାଣିବାଲା)୧ମୋଟ – ୫୦ ଜଣ(ଆଜି ରଥ ନିର୍ମାଣର ତୃତୀୟ ଦିନରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ହୋଇ ରଥ ନିର୍ମାଣ କର୍ଯ୍ୟ ଆରମ୍ଭ କରିଥିଲେ)
*ଆଜିସୁଦ୍ଧା ତିନରଥ ପାଇଁ ଆବଶ୍ୟକ ୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ ଗୋଟି ତୁମ୍ବ ମାପ ପ୍ରକାରେ ଗଡ କରି କରତୀ ସେବକ ମାନେ ତିନି ରଥ ଚାଳିକୁ ୭ ଟି ଲେଖାଏଁ ଯୋଗାଇ ଦେଇଛନ୍ତି ।


*ଉକ୍ତ ତୁମ୍ବ ଗଡ ଗୁଡିକରୁ ତିନି ରଥ ମହାରଣା ସେବକ ମାନେ ଆଜିସୁଦ୍ଧା ୧୦ ଗୋଟି ତୁମ୍ବ ଗଡକୁ ବାରିଶୀ ରେ ହାଣି ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି।*ଆଜିସୁଦ୍ଧା ତାଳଧ୍ଵଜ ରଥ ଚାଳିକୁ ଯୋଗାଇଦିଆଯାଇଥିବା ମୋଟ ୭ ଗୋଟି ତୁମ୍ବ ଗଡରୁ ନିର୍ମାଣକାରୀ ସେବକ ମାନେ ୪ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ କରି ଆଉ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି,*ସେହିପରି ଆଜିସୁଦ୍ଧା ଦେବୀ ରଥର ଚାଳିକୁ ଯୋଗାଇ ଦିଆଯାଇଥିବା ୭ ଗୋଟି ଗଡ ତୁମ୍ବ ମଧ୍ୟରୁ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଦେବୀ ରଥ ମହାରଣା ସେବକ ମାନେ ଶେଷ କରି ଅନ୍ୟ ୪ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି ।*ସେହିପରି ଆଜି ସୁଦ୍ଧା ନନ୍ଦିଘୋଷ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ୭ ଗୋଟି ତୁମ୍ବ ଗଡ ମଧ୍ୟରୁ ୩ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହେବାସହ , ଆଉ ୪ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି ।ଅସ୍ଥାୟୀ କମାର ଶାଳଦୋଳବେଦୀ ପରିସରରେ ରଥ ନିର୍ମାଣ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତ ନିମନ୍ତେ ଅସ୍ଥାୟୀ କମାର ଶାଳ ପ୍ରସ୍ତୁତି ସହ ଶାଳ ପୂଜା ଗତକାଲି ଶେଷ ହେବାପରେ ଶୁଭ ଦେଇ ଅନୁକୂଳ ଅରକଣ୍ଟା ନିର୍ମାଣ ଆରମ୍ଭ କରିଥିଲେ,ଆଜି ତିନିରଥର ଅରକଣ୍ଟା ନିର୍ମାଣ ପାଇଁ ୧୦ ଏମ୍.ଏମ୍ ସାଇଜର ଲୁହାରଡ କଟିଙ୍ଗ କାର୍ଯ୍ୟ ତିନି ରଥର ଓଝା ସେବକ ମାନେ ଜାରି ରଖିବା ସହ ଅରକଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି।
