April 22, 2026
Home » ରଥ ନିର୍ମାଣ ପାଇଁ ରଥଖଳା ଚଳଚଞ୍ଚଳ

ରଥ ନିର୍ମାଣ ପାଇଁ ରଥଖଳା ଚଳଚଞ୍ଚଳ

0
Screenshot 2026-04-22 151100

୨୦୨୬ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପୁରୀ ରେ ଆରମ୍ଭ ହୋଇଛି। ରଥ ନିର୍ମାଣକାରି ସେବକ ମାନେ ପ୍ରଥମ ପର୍ଯ୍ୟାୟ ରେ ତିନି ରଥ ର ଚକ ପାଇଁ ତୁମ୍ୱ କାର୍ଯ୍ଯ ଆରମ୍ଭ କରିଛନ୍ତି। କରତି ସେବକ ମାନେ ତୁମ୍ୱ ପାଇଁ କାଠ କୁ କାଟି ତୁମ୍ୱ ନିର୍ମାଣ ପାଇଁ କାଠ ଯୋଗାଇ ଦେଉଛନ୍ତି। ତିନି ରଥର ମୁଖ୍ୟ ମହାରଣା ମାନେ ରଥଖଳାରେ ଉପସ୍ଥିତି ରହି ତୁମ୍ୱ କାଠ ର ପ୍ରସ୍ତୁତି ତଦାରଖ କରୁଛନ୍ତି। ଭୋଇ ସେବକ ମାନେ ରଥ ଖଳା କୁ କାଠ ଯୋଗାଇ ଦେଉଛନ୍ତି। ରଥ ଅମିନ ଉପସ୍ଥିତ ରହି କାର୍ଯ୍ଯ ରେ ସହଯୋଗ କରୁଛନ୍ତି। ତୁମ୍ୱ ନିର୍ମାଣ କାର୍ଯ୍ୟ ଶେଷ ପରେ ତୁମ୍ବ ରେ ବିନ୍ଧ କାର୍ଯ୍ଯ ସହ ସୂତା ବାଡ଼ିଆ କାର୍ଯ୍ଯ ହେବ। ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖାଯାଇ ସେବକ ଙ୍କ ସୁରକ୍ଷା ବ୍ୟବସ୍ଥା ରଥଖଳା ରେ ପାନୀୟ ଜଳ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *