January 7, 2026
Home » ରାଜଗିରି ମହାବୀର ପୀଠର ବିକାଶ ଦାଇତ୍ୱ ନେଲା ମହାବୀର ବିକାଶ ମଞ୍ଚ ।

ରାଜଗିରି ମହାବୀର ପୀଠର ବିକାଶ ଦାଇତ୍ୱ ନେଲା ମହାବୀର ବିକାଶ ମଞ୍ଚ ।

0
1000878205

ନୟାଗଡ଼: ନୟାଗଡ଼ ଜିଲ୍ଲା ବନଖଣ୍ଡ ତଥା ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଭୁକ୍ତ ରାଜଗିରିର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ କ୍ରିଦାଶପୁର, ମାଳିସାହି ଓ ବାଲୁଗାଁ ଆଦି ପଞ୍ଚାୟତର ୧୫ ଖଣ୍ଡ ଗାଁର ଅଧିବାସୀ।ରାଜଗିରି ପର୍ବତରେ ବିରାଜମାନ ମହାବୀର, ପ୍ରାକୃତିକ ଶୋଭାରାଜିରେ ଭରପୂର ତଥା ପ୍ରକୃତି ବିହାର ପାଇଁ ଉତ୍କୃଷ୍ଟ କ୍ଷେତ୍ର ମୁକ୍ତାଧାର ଝରଣା,କଦଳୀ ଝରଣା ଓ ଗୁଲୁବାସ ଝରଣାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କର ମନ ମୋହୁଥିଲା ବେଳେ ଦୁର୍ଗମ ସ୍ଥାନ ହେତୁ ସେଠାକୁ ଯିବାକୁ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏପରିକି ଭରପୂର ଅନୁକୂଳ ପରିବେଶ ଥିଲେ ମଧ୍ୟ ଏହା ସେତେଟା ଲୋକଲୋଚନକୁ ଆସି ପାରୁନାହିଁ। ଏହାର ବିକାଶ ପାଇଁ ବାରମ୍ବାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କୈଣସି ପ୍ରତିକାର ନମିଳିବା ନେଇ ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଏହାର ବିକାଶ ପାଇଁ କ୍ରିଦାଶପୁର, ମାଳିସାହି ଓ ବାଲୁଗାଁ ପଞ୍ଚାୟତର ଅଧିବାସୀମାନେ ଏକାଠି ହୋଇ ରାଜଗିରି ବିକାଶ ମଞ୍ଚ ନାମରେ ଏକ କମିଟି ଗଠନ କରିଛନ୍ତି।ଚକ୍ରଧର ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜଗିରିର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଆଲୋଚନା ହୋଇଥିଲା ବେଳେ ସର୍ବସମ୍ମତି କ୍ରମେ ସଭାପତି ଭାବେ କଣ୍ଟାବଣିଆ ଗ୍ରାମର ଚକ୍ରଧର ଜେନା, ଉପସଭାପତି ଭାବରେ କୋଶକା ଗ୍ରାମର ଗଦାଧର ସାହୁ,ସମ୍ପାଦକ ଭାବରେ ମାଳିସାହି ଗ୍ରାମର ଦୀପକ ରଞ୍ଜନ ସାହୁ, ସହ ସମ୍ପାଦକ ଭାବରେ କ୍ରିଦାଶପୁର ଗ୍ରାମର ନୀରଞ୍ଜନ ପଣ୍ଡା ,କୋଷାଧ୍ୟକ୍ଷ ଭାବେ ଜେମାଦେଇପୁରର ନୀରଞ୍ଜନ ତ୍ରିପାଠୀ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ କ୍ରିଦାଶପୁରର ଦେବରାଜ ପଣ୍ଡା, କୋଡ଼ିଏକାହାଣିଆର ସୁଧୀର କୁମାର ପଳତା, କଣ୍ଟାବଣିଆ ଗ୍ରାମର ଗୋପୀନାଥ ଜେନା ଓ ଲକ୍ଷ୍ମୀଧର ମହାନ୍ତିଙ୍କୁ ମନୋନୀତ କରିଥିଲେ।ରାଜଗିରିର ବିକାଶ ପାଇଁ ଏପରି ପ୍ରୟାସ କରିଥିବା ସାଧୁ ଉଦ୍ୟମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *