ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ସୁଜାତା ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର :ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ସୁଜାତା ସାହୁଙ୍କୁ ସମ୍ମାନ ଜଣାଇ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବର୍ତ୍ତମାନ ର ବିଭାଗୀୟ ମୁଖ୍ୟ ଡ. ମୁକ୍ତି ସାହୁ ଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା |ସଭାରେ ମୁଖ୍ୟ ଅତିଥି ଭାବରେ ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଭାଗ୍ୟବାନ ମହାକୁଡ ଯୋଗଦାନ କରି ଡ. ସାହୁ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ | ସମ୍ମାନିତ ଅତିଥି ଭାବରେ ଡ. ଶରତ ଚନ୍ଦ୍ର ପତି ( ପୂର୍ବତନ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ) ଓ ଶ୍ରୀ ପ୍ରତାପ ଚନ୍ଦ୍ର ରଥ ( ସଂସ୍କୃତ ବିଭାଗୀୟ ମୁଖ୍ୟ ) ଯୋଗଦାନ କରି ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ଡ. ସାହୁ ଙ୍କ ବିଷୟରେ ନିଜର ବିଦାୟୀ ଭାଷଣ ଦେଇଥିଲେ l ଅଧ୍ୟାପିକା ଦିପ୍ତିମୟୀ ମଲ୍ଲିକ ମଧ୍ୟ ନିଜର ବିଦାୟକାଳୀନ ଅଭିଭାଷଣ ଦେଇଥିଲେ l ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଡ. ସାହୁଙ୍କ ଦୀର୍ଘ ବର୍ଷର ନିଷ୍ଠାପୂର୍ଣ୍ଣ ଶିକ୍ଷାଦାନ, ଶୃଙ୍ଖଳା ଓ ମହାବିଦ୍ୟାଳୟର ବିକାଶ ପ୍ରତି ତାଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ବକ୍ତାମାନେ କହିଥିଲେ ଯେ, ଡ. ସୁଜାତା ସାହୁ କେବଳ ଜଣେ ଦକ୍ଷ ଅଧ୍ୟାପିକା ନୁହେଁ, ବରଂ ଜଣେ ସ୍ନେହମୟୀ ମାର୍ଗଦର୍ଶିକା ଭାବେ ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ି ତୋଳିଛନ୍ତି। ଅବସର ଗ୍ରହଣ ପରେ ମଧ୍ୟ ତାଙ୍କର ଅଭିଜ୍ଞତା ଓ ପରାମର୍ଶ ସମାଜ ଓ ଶିକ୍ଷା ଜଗତ ପାଇଁ ପ୍ରେରଣାଦାୟକ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଡ. ସୁଜାତା ସାହୁ ତାଙ୍କର ଦୀର୍ଘ କର୍ମଜୀବନର ଅନୁଭୂତି ବାଣ୍ଟିବା ସହ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ ସହିତ ସଭାର ସମାପ୍ତି ଘଟିଥିଲା।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
