July 19, 2026
Home » ବୌଦ୍ଧ ଜିଲ୍ଲା ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ବିଳନୀ ଅନୁଷ୍ଠିତ l

ବୌଦ୍ଧ ଜିଲ୍ଲା ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ବିଳନୀ ଅନୁଷ୍ଠିତ l

0
WhatsApp Image 2026-07-19 at 11.53.34 AM (1)

ସୁବର୍ଣ୍ଣପୁର: ବୌଦ୍ଧ ସଦର ବ୍ଲକ ମୃ୍ର୍ଷୁଣ୍ଡି ଗ୍ରାମପଞ୍ଚାୟତ ଗମ୍ଭାରିପଦର ଦାଦର ପଡିଆ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଟୁଟୁସିଙ୍ଗା ( ଗମ୍ଭାରିପଦର)ଠାରେ ପ୍ରତ୍ୟେକବର୍ଷ ଭଳି ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମୀ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ସଂଯୋଜକ ରାମପ୍ରସାଦ କର୍ଣ୍ଣଙ୍କ ସଂଯୋଜନାରେ ଓ ଜିଲ୍ଲା ସଂଗଠକ ବୀରେନ୍ଦ୍ର ଭୂଷଣ ମେଣ୍ଡିଲିଙ୍କ ସଭାପତିତ୍ୱରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବରେ କପିଳାସ ପ୍ରସାଦ ଦାଶ,ସମରେନ୍ଦ୍ର ଭାଇ ଓ ସଂଘତି ଜୋନର ଆବାହକ ଡ. ଉପେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀମା ଶ୍ରୀଅରବିନ୍ଦଙ୍କ ବିଚାର ଧାରା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଜିଲ୍ଲାର ବିଭିନ୍ନ ଦାଇତ୍ୱରେ ଥିବା ଗୌରୀ ପ୍ରସାଦ ସାହୁ, କରୁଣାକର ଘାଣ୍ଟୁଆଳ, ପତିତପାବନ ବେହେରା, ଯାଜ୍ଞସେନୀ ମହାରଣା, ସୁଜାତା ଷଡ଼ଙ୍ଗୀ, ମୁରଲୀଧର ସାହୁ ପ୍ରମୁଖ ଜିଲ୍ଲାର ବିଭିନ୍ନ ବିଭାଗ ଉପରେ ତଥ୍ୟ ଉପସ୍ଥାପନା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *