ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ପୁରୀରେ ପ୍ରତିବାଦ
ଆଉ ସାରା ରାଜ୍ୟରେ ମଧ୍ୟ ଏହି ଦିନ ସବୁ ସଦର ମହାକୁମାରେ ବିରୋଧ ହେବ ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସଞ୍ଜୟ ଦାସବର୍ମା.ଆଉ ପୁରୀରେ ବି ଏହା କରାଯିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ। ସେପଟେ ବିଜେପି ସରକାର ଆସିବା ପରଠାରୁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ଚରମ ଅନୁଭୂତି ରାଜ୍ୟବାଶି ଦେଖି ସାରିଲେଣି। ତେଣୁ ଏହାକୁ ନେଇ ଏବେ ବିଜେଡି ସାରା ରାଜ୍ୟରେ ପ୍ରତିବାଦ ଶୋଭାଯାତ୍ରା କରିବ।ବିଶେଷ କରି ପୁରୀ ଜିଲାରେ ବ୍ରହ୍ମଗିରି, ବଳଙ୍ଗା, କଣାସ, କୃଷପ୍ରସାଦ ଆଦି ସହ ବାଲିଅନ୍ତା ଘଟଣା ଏକ ମାଧ୍ୟ୍ୟଯୁଗୀୟ ବର୍ବରତା ଦେଖିବାକୁ ମିଳିଛି। ପୁରୀରେ ହୋଇଥିବା ସାମ୍ବାଦିକସମ୍ମିଳନୀ ରେ ବିଜେଡିର ତୁଙ୍ଗ ନେତା ସାମିଲ ହୋଇଛନ୍ତି. ଆଉ ସତ୍ୟବାଦୀ ବିଧ୍ୟୟକ ଓମ ପ୍ରକାଶ ମିଶ୍ର ଅପରାଧୀଙ୍କୁ ଆତ୍ମ ସମର୍ପଣ କଥା ଚେତାବନୀ ଦେବା ପରେ ତା ପରଦିନ କଣାସ ଅପରାଧୀ ଆତ୍ମସମର୍ପଣ କରିବା ପଛରେ ତାଙ୍କର ସମ୍ପୃକ୍ତ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମ।।
