June 20, 2026
Home » ରାମକୃଷ୍ଣନଗରରେ ତିନି ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

ରାମକୃଷ୍ଣନଗରରେ ତିନି ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

0
WhatsApp Image 2026-06-20 at 4.20.03 PM

ବ୍ରହ୍ମପୁର ମହାନଗର ନିଗମ ୧୫ ନମ୍ବର ୱାର୍ଡ଼ ଅଧୀନ ରାମକୃଷ୍ଣନଗର ପଞ୍ଚମ ଲାଇନ୍‌ରେ ପାଞ୍ଚଦିନବ୍ୟାପୀ ଭଗବତୀ ମହାଲକ୍ଷ୍ମୀ, ଗଣେଶ ଓ ସରସ୍ବତୀଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୧୭ ତାରିଖରୁ ଆରମ୍ଭ ହୋଇଛି। ଏହି ଅବସରରେ କଳସଯାତ୍ରା ସହ ମଣ୍ଡଳ, ନାମଯଜ୍ଞ ଅଧିବାସ, ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ପୂଜକ ଅଶୋକ କୁମାର ପାଢ଼ୀଙ୍କ ତତ୍ତ୍ବାବଧାନରେ ପୂଜାର୍ଚ୍ଚନା ଓ ନୀତି ଜାରି ରହିଛି। ମନ୍ଦିର ପରିଚାଳନା କମିଟି ସଭାପତି ଆର୍‌.ମୁରଲୀ ମୋହନ ଓ ପତ୍ନୀ ତଥା ସ୍ଥାନୀୟ କର୍ପୋରେଟର ଆର୍‌.ପାବନିଙ୍କ ସମେତ ସହସ୍ରାଧିକ ମହିଳା ଜଳ କଳସଯାତ୍ରାରେ ସାମିଲ ହୋଇଥିଲେ। ସାହିରେ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିଲା। ଆଜି ବନଯୋଗ, ରତ୍ନମୁଦ୍ରା ଓ ନାମଯଜ୍ଞ ଆରମ୍ଭ ହୋଇଛି। ଆସନ୍ତକାଲି ପ୍ରତିଷ୍ଠାରମ୍ଭ, ବ୍ରାହ୍ମଣବରଣ, ଶାଲା ସଂସ୍କାର, ମଣ୍ଡଳପୂଜା, ବୈଦିକାଗ୍ନି ସ୍ଥାପନ ଓ ଦେବତାଧିବାସ, ୨୦ ତାରିଖରେ ମହାସ୍ନାନ, ଦେବତା ସ୍ବସ୍ତିକ ମଣ୍ଡଳେ ଶୟନ, ମଣ୍ଡଳ ପୂଜା, ଘୃତଯଜ୍ଞ ଓ ଜୀବନ୍ୟାସ ଏବଂ ୨୧ ତାରିଖରେ ଦେବତା ପ୍ରବେଶ ଓ ବିଭିନ୍ନ ନୀତି ସମେତ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ।ପ୍ରତିଦିନ ହାଜର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅର୍ଣ ପ୍ରସାଦ ର ବ୍ୟବସ୍ଥା କରାଯାଉଛି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ବିଭୁକୃପା ଲାଭ କରିବାକୁ ମନ୍ଦିର କମିଟି ପକ୍ଷରୁ ସଭାପତି ଶ୍ରୀ ମୁରଲୀମୋହନ ନିବେଦନ କରିଛନ୍ତି।

 

narasingh dakua nka report

Leave a Reply

Your email address will not be published. Required fields are marked *