June 7, 2026
Home » ରୋଗୀଙ୍କଠାରୁ ପ୍ରି ଓ ପୋଷ୍ଟ ହସ୍ପିଟାଲାଇଜେସନ ଖର୍ଚ୍ଚ ଆଦାୟ ନ କରିବାକୁ ଆଡଭାଇଜରି ଜାରି

ରୋଗୀଙ୍କଠାରୁ ପ୍ରି ଓ ପୋଷ୍ଟ ହସ୍ପିଟାଲାଇଜେସନ ଖର୍ଚ୍ଚ ଆଦାୟ ନ କରିବାକୁ ଆଡଭାଇଜରି ଜାରି

0
WhatsApp Image 2026-06-06 at 8.18.38 PM

ହସ୍ପିଟାଲକୁ ଆକସ୍ମିକ ପରିଦର୍ଶନ କରି ଆଡଭାଇଜରି ପାଳନର ସମୀକ୍ଷା କଲେ ନିଜେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ହେଲ୍ପ ଡେସ୍କ ବିଷୟରେ ପଚାରିଲେ, ରୋଗୀଙ୍କୁ ସମ୍ମାନର ସହ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ଭୁବନେଶ୍ୱର,୬/୬/୨୦୨୬ : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଚିକିତ୍ସା ସେବା ପାଉଥିବା ହିତାଧିକାରୀ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ ମେଡିକାଲ୍‌ ପରୀକ୍ଷା ଆୟୂଷ୍ମାନ କାର୍ଡରେ ହେବ ଏବଂ ରୋଗୀ ଡିସ୍‌ଚାର୍ଜ ହେବା ପରେ ୧୫ ଦିନ ପର୍ଯ୍ୟନ୍ତ ଆବଶ୍ୟକ ପରାମର୍ଶ, ଔଷଧ, ଡାଇଗ୍ନୋଷ୍ଟିକ୍ ପରୀକ୍ଷା ଓ ପୋଷ୍ଟ-ଅପରେଟିଭ୍ କେୟାର ମଧ୍ୟ ପ୍ୟାକେଜ ମୂଲ୍ୟ ଅଧୀନରେ ରହିବ ଏବଂ ପୋଷ୍ଟ-ହସ୍ପିଟାଲାଇଜେସନ ସମ୍ବନ୍ଧୀୟ ଖର୍ଚ୍ଚ ଆଦାୟ ନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ ସମିତି (SHAS) ପକ୍ଷରୁ ସମସ୍ତ ପଞ୍ଜୀକୃତ ହସ୍ପିଟାଲକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ଚିକିତ୍ସାଳୟଗୁଡ଼ିକ ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଇବା ସହିତ ଡିସ୍‌ଚାର୍ଜ ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଆବଶ୍ୟକ ଫଲୋ-ଅପ୍ ଭିଜିଟ୍ ଓ ପରୀକ୍ଷା ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ପ୍ରଦାନ କରିବାକୁ ବାଧ୍ୟ । ଅସ୍ତ୍ରୋପଚାର କ୍ଷେତ୍ରରେ ଚିକିତ୍ସା ସହ ଜଡିତ ରୋଗୀ ଡିସ୍‌ଚାର୍ଜ ଜଟିଳତା ଏବଂ ପୁନଃ ଭର୍ତ୍ତି ହେବାର ଖର୍ଚ୍ଚ ମଧ୍ୟ ପୂର୍ବ ପ୍ୟାକେଜ ମୂଲ୍ୟରେ ସାମିଲ ରହିବ।
ସମସ୍ତ ପଞ୍ଜୀକୃତ ହସ୍ପିଟାଲ ଏହି ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏବଂ ପ୍ୟାକେଜ ଅଧୀନରେ ଥିବା କୌଣସି ସେବା ପାଇଁ ହିତାଧିକାରୀଙ୍କଠାରୁ ଅର୍ଥ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାର ଉଲ୍ଲଂଘନ କରୁଥିବା ହସ୍ପିଟାଲ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ ସମିତି ପକ୍ଷରୁ କୁହାଯାଇଛି ।
ଆଜି ଏହି ପରିପେକ୍ଷୀରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଭୁବନେଶ୍ଵରର ଦୁଇଟି ବେସରକାରୀ ହସ୍ପିଟାଲକୁ ଆକସ୍ମିକ ପରିଦର୍ଶନ କରି ଜାରି ହୋଇଥିବା ଆଡଭାଇଜରି କେମିତି ଅନୁପାଳନ ହେଉଛି ପଚାରି ବୁଝିଥିଲେ ।
ସେହିପରି ଏହି ପରିଦର୍ଶନ ସମୟରେ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ବରୁ ହୋଇଥିବା ପଞ୍ଜୀକୃତ ମେଡିକାଲ ମାନଙ୍କ ସହ ସମୀକ୍ଷା ବୈଠକରେ ହେଲ୍ପ ଡେସ୍କ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶ ବିଷୟରେ ପଚାରିବା ସହ ରୋଗୀଙ୍କୁ ସମ୍ମାନର ସହ ଉଚିତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *