October 7, 2026
Home » ଲକର୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନ୍ୟପ୍ରାଣୀ ସପ୍ତାହ ପାଳିତ l

ଲକର୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନ୍ୟପ୍ରାଣୀ ସପ୍ତାହ ପାଳିତ l

0
WhatsApp Image 2026-10-06 at 5.15.48 PM

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲକର୍ମା ଠାରେ ବନ୍ୟପ୍ରାଣୀ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାରାୟଣୀ ସାଂସ୍କୃତିକ ପରିଷଦ, ଲକର୍ମାର ସାଧାରଣ ସମ୍ପାଦକ ଶ୍ରୀ ବିଶିକେଷନ ବାଘ ଯୋଗ ଦେଇ ବନ୍ୟପ୍ରାଣୀ ସଂରକ୍ଷଣର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।

ସମ୍ମାନିତ ଅତିଥି ଭାବେ ବନ ସହାୟକ ଶ୍ରୀ ଜୟନ୍ତ ପ୍ରଧାନ ଓ କୁଲିପାଲି ବନ ସୁରକ୍ଷା ସମିତିର ସଭାପତି ଶ୍ରୀ ଭକ୍ତ କର୍ମୀ ଯୋଗ ଦେଇ ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨ ବିଷୟରେ ସଚେତନ କରାଇଥିଲେ। ଏହା ସହ ଶିକ୍ଷକ ବିକ୍ରମ କୁମାର ନନ୍ଦ ଓ ଦୟାନିଧି ପଧାନ ଛାତ୍ରଛାତ୍ରୀଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ଦେବାସହ ବନ୍ୟପ୍ରାଣୀ ହେଲ୍ପଲାଇନ ନମ୍ୱର ୧୯୨୬ ସମ୍ବନ୍ଧରେ ବୁଝାଇଥିଲେ।ବନ୍ୟପ୍ରାଣୀ ବଞ୍ଚାଅ ପରିବେଶ ବଞ୍ଚାଅ ବାର୍ତା ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ବନ୍ୟପ୍ରାଣୀଙ୍କ ମୁଖା ପିନ୍ଧି ଅଭିନୟ କରିଥିଲେ।
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିକ୍ରମ କୁମାର ନନ୍ଦ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀ ଦୟାନିଧି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *