ଲକର୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ବିତୀୟ ଅଭିଭାବକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ବୈଠକ ଅନୁଷ୍ଠିତ।
ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ହରଡଖୋଲ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲକର୍ମା ଠାରେ ଦ୍ବିତୀୟ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବୈଠକ ଓସେପାର ଗାଇଡ୍ଲାଇନ୍ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ବେହେରାଙ୍କ ଦ୍ଵାରା ଆହୂତ ଉକ୍ତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ବିଶିକେଷନ ବାଘ ସଭାପତିତ୍ବ କରିଥିଲେ।ପ୍ରଥମେ ପ୍ରଧାନ ଶିକ୍ଷକ ସମସ୍ତ ଅଭିଭାବକମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରାଇଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିକ୍ରମ କୁମାର ନନ୍ଦ ଆୟୋଜିତ ବୈଠକର ଆଲୋଚ୍ଯ ବିନ୍ଦୁ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ।ନୂତନ ଭାବେ ଗଠିତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ଶିକ୍ଷା ଓ ସରକାରଙ୍କ ଦ୍ଵାରା ଉପଲବ୍ଧ ହେଉଥିବା ସୁବିଧା ସୁଯୋଗ ଅଭିଭାବକ ମାନଙ୍କ ସହିତ ଆଲୋଚନା କରାଯାଇଥିଲା। ସମାପ୍ତି ସୂଚକ ଆକଳନ ୧ରେ ଛାତ୍ରଛାତ୍ରୀ ମାନଙ୍କ ଉପଲବ୍ଧୀକୁ ଅଭିଭାବକଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତା ବିଷୟରେ ଆଲୋଚନା କରାଯାଇଥିଲା। ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନରେ ଅଭିଭାବକ ମାନଙ୍କ ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା। ନିଶାମୁକ୍ତ ଭାରତ ଅଭିଯାନ, ବିକଶିତ ଭାରତର ପରିଚୟ ବିଷୟରେ ଆଲୋଚନା କରାଯାଇଥିଲା। କୈଶୋର ଛାତ୍ରୀମାନଙ୍କ ପାଇଁ ଇନସିନେରେଟର ଓ ଭେଣ୍ଡି ମେସିନର ପରିଷ୍କାର ଓ ପରିଚ୍ଛନ୍ନତା ବିଷୟରେ ଆଲୋଚନା କରାଯାଇଥିଲା। ଏହାପରେ ଅଭିଭାବକ ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠନ ମୂଳକ ପ୍ରସ୍ତାବ ସଙ୍ଗ୍ରହ କରାଯାଇଥିଲା। ପରିଶେଷରେ ବିଦ୍ଯାଳୟର ଶିକ୍ଷକ ଦୟାନିଧି ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସଭା ସାଙ୍ଗ କରାଯାଇଥିଲା।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
