October 17, 2026
Home » ସେବାୟତ କୁଳର ଅନନ୍ୟ ପରମ୍ପରା ,ନେତ ପିଲା।

ସେବାୟତ କୁଳର ଅନନ୍ୟ ପରମ୍ପରା ,ନେତ ପିଲା।

0
WhatsApp Image 2026-10-15 at 6.29.06 PM

 

ସେବାୟତ କୂଳର ଶହ ଶହ ବର୍ଷର ପୁରାତନ ପରମ୍ପରା ସେଵାୟତ କୂଳର ନେତପିଲା ପରମ୍ପରା ଆଜିଠାରୁ ଆରମ୍ଭ ହୋଇଛି । ଆଜି ଆଶ୍ବୀନ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ତୀର୍ଥ ପୁଷ୍କରିଣୀ ମାର୍କଣ୍ଡେୟ ଠାରେ ହରଗୌରୀଙ୍କୁ ଉପାସନା କରିଛନ୍ତି ସେଵାୟତ କୂଳର କୁଆଁରୀ କନ୍ୟାମାନେ।ସେବାୟତ ପରିବାରରେ କୁନିକୁନି କୁମାରୀ କନ୍ୟାମାନେ ପାଦ ଠାରୁ ମଥାର ସିନ୍ଥି ପର୍ଯ୍ୟନ୍ତ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ନେତପିଲା ପର୍ବପାଳନ କରୁଛନ୍ତି । ପରିବାରର କଲ୍ୟାଣ ତଥା ଭଲ ବର ବା ସ୍ୱାମୀ ପାଇବା ଉଦ୍ୟେଶ୍ୟରେ ଏହି ପର୍ବକୁ କୁଆଁରୀ କନ୍ୟାମାନେ ପାଳନ କରିଛନ୍ତି। ଲୋକାଚାର ଅନୁସାରେ ଦେବୀ ପାର୍ବତୀ ଦେବ ଦେବ ମହାଦେବଙ୍କୁ ନିଜର ପତି ରୂପରେ ପାଇବା ପାଇଁ କେତେ ତପ ଜପ ପୂଜା ଉପସନା କରିଥିଲେ। ସେହି ପରମ୍ପରା ଶ୍ରୀଜଗନ୍ନାଥଙ୍କ ସେବାୟତଙ୍କ କୂଳରେ ଦେଖିବାକୁ ମିଳିଥାଏ। ସେବାୟତ ପରିବାରର ଅପ୍ରାପ୍ତ ବୟସ୍କ କୁନି କୁନି କୁଆଁରୀ ଝିଅମାନେ ।ମାର୍କଣ୍ଡେୟ ମନ୍ଦିରରେ ମାର୍କଣ୍ଡେଶ୍ବର ମହାଦେବଙ୍କୁ ଦର୍ଶନ କରି ବୃନ୍ଦାବତୀଙ୍କ ପାଖରେ ବଳିପୂଜନ କରି ସେଠାରେ ବଳି ଗୀତ ଗାଇଥାନ୍ତି ଏହି କୁଆଁରୀ ମାନେ ।ବିଭିନ୍ନ ପ୍ରକାରର ଫଳ ମୂଳ, ନଡ଼ିଆ, ଗୁଆ ଆଦି ଅର୍ପଣ କରି ପୂଜା କରିବାର ଵିଧି ରହିଥିବାବେଳେ ବଳି ଗୀତ ଗାଇବାର ରହିଥାଏ ବଳିଷ୍ଠ ପରମ୍ପରା ।ଶ୍ରୀକ୍ଷେତ୍ର ପୁରୀର ପୁରାତନ କାଳରୁ ପ୍ରଚଳିତ ପରମ୍ପରା ନେତପିଲା ।ଶ୍ରୀକ୍ଷେତ୍ରର ସେବାୟତ ପରିବାରରେ ଥିବା କୁନିକୁନି କୁମାରୀ କନ୍ୟାମାନେ ବିଶେଷ ବେଶଭୁଷାରେ ସଜ୍ଜିତ ହୋଇ ନେତପିଲା ପର୍ବ ପାଳନ କରିଥାନ୍ତି ।ମୁଖ୍ୟତଃ ପରିବାରର କଲ୍ୟାଣ ତଥା ଭଲ ବର ବା ସ୍ୱାମୀ ପାଇବା ଉଦ୍ୟେଶ୍ୟରେ ଏହି ପର୍ବକୁ ପିଲାମାନେ ପାଳନ କରୁଥିବା ଜଣାଯାଏ | ଶାରଦୀୟ ଦୁର୍ଗାପୂଜା ବେଳେ ଶ୍ରୀମନ୍ଦିରର ସେବାୟତଙ୍କ ନେତପିଲା ପରମ୍ପରା ପାଳିତ ହୋଇଥାଏ । ଶହଶହ ବର୍ଷ ପୂର୍ବରୁ ପାଳିତ ହୋଇଆସୁଥିବା ଆଧୁନିକ ଯୁଗରେ ମଧ୍ୟ ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାରରେ ପରମ୍ପରା ମୁତାବକ ପାଳିତ ହୋଇଆସୁଛି ।ଭଲ ସ୍ୱାମୀ ପାଇବା ଆଶାରେ ସେବାୟତ ପରିବାରର ଅପ୍ରାପ୍ତ ବୟସ୍କ କୁଆଁରୀ ଝିଅ ମାନେ ଏହି ପର୍ବ ପାଳୁଥିବା ବେଳେ ପ୍ରାୟ ୨୧ ଦିନ ନିଷ୍ଠାର ସହ ପାଳନ କରିଥାନ୍ତି ଏହି କୁଆଁରୀ କନ୍ୟାମାନେ ।ବଳୀପୁଜନ କରିବା ପରେ ଚାରିଦିନ ଧରି ବିଭିନ୍ନ ବେସଭୁଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୁଷ୍କରୀଣୀ ଠାରେ ନେତପିଲାମାନେ ମାଆ ବୃନ୍ଦାବତୀଙ୍କ ପାଖରେ ପୂଜା କରିଵା ସହ ସେଠାରେ ବଳି ଗୀତ ଗାଇଥାନ୍ତି ।୪ ଦିନ ଧରି ମାର୍କଣ୍ଡେୟ ପୁଷ୍କରିଣୀ ଠାରେ ଏହି ପରମ୍ପରା ଚାଲୁଥିବା ବେଳେ ଅଷ୍ଟମୀ ତିଥିରେ ଡଙ୍ଗା ଭସାଇ ଏହାର ସମାପନ ହୋଇଥାଏ ।ନେତପିଲା ବେଶଭୁଷା ହୋଇ ନିଜ ନିଜର ବନ୍ଧୁ ପରିଜନ ମାନଙ୍କ ଘରକୁ ମଧ୍ୟ ଯିବାର ପରମ୍ପରା ରହିଥାଏ ।କୁନି କୁନି ଝିଅଙ୍କ ବଳି ଗୀତ,ହର ଗୌରୀ ଉପାସନା ଓ ଆଧୁନିକ ଯୁଗରେ ଏହି ବଳିଷ୍ଠ ପରମ୍ପରା ବଞ୍ଚାଇ ରଖିବା ଏହି ପରମ୍ପରାକୁ ଆହୁରି ବଳିଷ୍ଠ କରି ଗଢି ତୋଳିଥାଏ ।

Leave a Reply

Your email address will not be published. Required fields are marked *