May 25, 2026
Home » ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ: ଜିଲ୍ଲାପାଳ

ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ: ଜିଲ୍ଲାପାଳ

0
WhatsApp Image 2026-05-25 at 5.49.23 PM

 

ରଥଯାତ୍ରା ସମୟରେ ୮ ଟି ଅସ୍ଥାୟୀ ହସପିଟାଲ କାର୍ଯ୍ୟକ୍ଷମ ହେବ।

ପୁରୀ : ଚଳିତ ରଥଯାତ୍ରା ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରିବା ଓ ଜନସାଧାରଣ ଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ ୩୦ ଗୋଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ପରିସରରେ ରଥଯାତ୍ରା ରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା ରଥଯାତ୍ରା ରେ ସ୍ବାସ୍ଥ୍ୟ ସେବା ପାଇଁ ବିବିଧ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ।ରଥଯାତ୍ରା ରେ ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତର, ପାରାମେଡିକାଲ୍ସ ସହ ଅନେକ ସ୍ବେଚ୍ଛାସେବୀ ନିୟୋଜିତ ହୋଇଥାନ୍ତି।ତେବେ ଦକ୍ଷତା ପୂର୍ଣ୍ଣ ସ୍ବେଚ୍ଛାସେବୀ ମାନଙ୍କୁ ଦାୟିତ୍ୱ ଦେବା ସେମାନ ଙ୍କୁ ବ୍ୟାପକ ପ୍ରଶିକ୍ଷଣ ମାଧ୍ୟମରେ ଅଧିକ ସ୍ବାସ୍ଥ୍ୟ ସେବା ଉପଯୋଗୀ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପର୍ଯ୍ୟାପ୍ତ ଔଷଧ, କର୍ମଚାରୀ, ଏସି ରୁମ, ଆମ୍ବୁଲାନ୍ସ ଇତ୍ୟାଦି ମହଯୁଦ ସହ ରୋଗୀ ମାନଙ୍କୁ ତତକ୍ଷଣାତ ଉପଯୁକ୍ତ ସେବା ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଏହା ଏକ ସାମଗ୍ରିକ ଓ ସମନ୍ବୟ ର କାର୍ଯ୍ୟ।ପରସ୍ପର ସମନ୍ୱୟ ଓ ସହଭାଗିତା ମାଧ୍ୟମରେ ଆମେ ଉନ୍ନତ ଓ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇବା ବୋଲି ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।ଏସ ପି ପ୍ରତୀକ ସିଂ ରୋଗୀ ମାନଙ୍କୁ ଯଥା ଶୀଘ୍ର ଚିକିତ୍ସା ଯୋଗାଇବା ସହ ଗୁରୁତର ରୋଗୀ ମାନଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ମତ ଦେଇଥିଲେ।ସମସ୍ତ ରୋଗୀ ମାନଙ୍କୁ ମୁଖ୍ୟ ଚିକିତ୍ସାଳୟ ପଠାଇବା ଦ୍ଵାରା ସେଠାରେ ଅଧିକ ଚାପ ରହୁଛି।ଆମ୍ବୁଲାନ୍ସ ଗମନାଗମନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା ଅକ୍ଷୟ କୁମାର ଶତପଥୀ ରଥଯାତ୍ରା ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ସେବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହ ବିଭିନ୍ନ ସ୍ବାସ୍ଥ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଦକ୍ଷତା ସମ୍ପର୍ଣ୍ଣ କରାଯିବ ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଏସ ପି ସୌମ୍ୟ ରଞ୍ଜନ ମଲ୍ଲିକ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,ସ୍ବେଚ୍ଛାସେବୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *