November 18, 2025
Home » ଶରଣକୁଳ ସର୍ବ ବିଦିତ ୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

ଶରଣକୁଳ ସର୍ବ ବିଦିତ ୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

0
1000808328
ନୟାଗଡ :ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଲଡୁକେଶ ମହାଦେବ ( ଲଡୁବାବା )ଙ୍କ ସ୍ଥାନ ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ହେଉଛି ଫୁଟବଲ ଖେଳର ମାଟି ବୋଲି ସର୍ବ ବିଦିତ ।ଆସୋସିଏସନର ସଭ୍ୟ ଓ ଖେଳ ପ୍ରେମୀ ମାନେ ପ୍ରଥମେ ଲଡୁବାବାଙ୍କ ମନ୍ଦିରରୁ ଆଜ୍ଞା ମାଳ ଓ ମଶାଲ ଶୋଭା ଯାତ୍ରାରେ ବାହାରି ଶରଣକୁଳ ସହର ପରିକ୍ରମାକରି ନାରାୟଣ ହାଇସ୍କୁଲ ଖେଳ ପଡିଆର ଚତୁର୍ପାର୍ଶ୍ଵ ପରିକ୍ରମା କରି ମଞ୍ଚରେ ପହଞ୍ଚିଲା ପରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ନୟାଗଡ଼ ଜିଲ୍ଲାର ସର୍ବ ପୁରାତନ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୬୪ତମ ୭ ଦିନବ୍ୟାପୀ ଚାଲିବାକୁ ଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଅନୁଷ୍ଠାନର ସଭାପତି ତଥା ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ କର କମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ କ୍ରୀଡା ପତାକା ଉତ୍ତୋଳନ ହଜାର ହଜାର ଖେଳପ୍ରେମୀ ଓ ଅତିଥି ମାନଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଯାଇଛି ।
ଉଦ୍‌ଘାଟନ ଦିବସ ପ୍ରଥମ ଦିନର ଖେଳ ଗ୍ରୁପ ଏ’ର ସେଞ୍ଚୁରିଆନ ୟୁନିଭରର୍ସିଟି, ଆଫ୍ରିକା ଏକାଦଶ ବନାମ ଉତ୍କଳ ସ୍ପୋର୍ଟିଂ, ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଖେଳରେ ସେଞ୍ଚୁରିଆନ ଦଳ ଟାଇବ୍ରେକରରେ ୫-୩ଗୋଲରେ ବିଜୟ ହାସଲ କରିଥିଲା। ପ୍ରଥମାର୍ଦ୍ଧର ଖେଳ ସଂଘର୍ଷ ପୂର୍ଣ୍ଣ ଥିଲା ବେଳେ ୨୧ତମ ମିନିଟରେ ଉତ୍କଳ ସ୍ପୋଟିଙ୍ଗର ୧୦ ନଂ ଖେଳାଳୀ ଚିଣ୍ଟୁ ସାମଲଙ୍କ ଗୋଲରେ ଦଳ ୧-୦ରେ ଆଗୁଆ ଥିଲା।
ଦ୍ୱିତୀୟ।ର୍ଦ୍ଧର ଖେଳର ୧ମିନିଟ ପରେ ସେଞ୍ଚୁରିଆନ ୟୁନିଭରର୍ସିଟିର ୭ନଂ ଜର୍ସି ଖେଳାଳି ଅମିନୁଙ୍କ ଗୋଲରେ ଦଳ ସମାନ ସ୍ଥିତିକୁ ଆସିଥିଲା। ପରେ ଖେଳର ୩୮ତମ ମିନିଟରେ ଜଟଣୀର ୧୦ନଂ ଜର୍ସି ଚିଣ୍ଟୁ ସାମଲଙ୍କ ପୁଣି ଏକ ଗୋଲ ବଳରେ ଦଳ ୨-୧ରେ ଆଗୁଆ ରହିଥିଲାବେଳେ , ଖେଳର ଶେଷ ମିନିଟରେ ଚେଞ୍ଚୁରିଆନର ୭ନଂ ଜର୍ସି ଖେଳାଳି ଅମିନୁଙ୍କ ପୁଣି ଏକ ଗୋଲ ଦେଇ ୨-୨ରେ ଖେଳ ମୀମାଂସ୍ଥିତ ସ୍ତରକୁ ଆସିଯାଇଥିଲା।ରେଫରୀଙ୍କ ନିଷ୍ପତି ପ୍ରକାରେ ତ୍ରାଇବ୍ରେକରର ପନ୍ଥା ଅନୁସରଣ କରାଯାଇଥିଲା । ଟାଇବ୍ରେକରରେ ଚେଞ୍ଚୁରିଆନ ଦଳ ୫-୩ ଗୋଲରେ ବିଜୟୀ ଲାଭ କରିଥିଲା।
ସଭାପତି ଶ୍ରୀ ପ୍ରଧାନ ସର୍ବଶ୍ରେଷ୍ଠ ଖେଳାଳି ଭାବେ ଜଟଣୀର ଚିଣ୍ଟୁ ସାମଲ ଏବଂ ସେଞ୍ଚୁରିଆନର ଅମିନୁଙ୍କୁ ଏକ ହଜାର ଟଙ୍କା ଓ ଏକ ଟ୍ରଫି ପ୍ରଦାନ କରିଥିଲେ। ଖେଳର ମଧ୍ୟାନ୍ତରରେ ସଭାପତି ଶ୍ରୀ ପ୍ରଧାନ ଓ ସମସ୍ତ କର୍ମକର୍ତ୍ତା ,ଖେଳାଳିମାନଙ୍କ ସହିତ ପରିଚୟ ଆଦାନପ୍ରଦାନ କରିବା ସହ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ। ଆଜିର ଖେଳକୁ ମୁଖ୍ୟ ରେଫରି ଭାବେ ରାଜୁ ମହାନ୍ତି ପରିଚାଳନା କରୁଥିଲା ବେଳେ ଲାଇନସରେ ସହାୟତା କରିଥିଲେ ଜ୍ୟୋତିରଞ୍ଜନ ସ୍ୱାଇଁ ଓ ପ୍ରସନ୍ନ ନାୟକ । ୪ର୍ଥ ରେଫେରୀ ଭାବେ ଜଗନ୍ନାଥ ପରିଡା ଖେଳକୁ ପରିଚାଳନା କରିଥିଲେ। ଆସନ୍ତାକାଲିର ଖେଳ ଡି.ଏମ.ଏସ.ଏଫ., ଚକ୍ରଧରପୁର, ଝାଡ଼ଖଣ୍ଡ ବନାମ ଗଣ୍ଡରପୁର ଏଫ୍‌.ସି., ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ସୂଚନା ଦେଇଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *