ଶ୍ରୀକ୍ଷେତ୍ରରେ ଝୁଲଣ ଜାତ:ନୃତ୍ୟ ସେବାରେ ରାଧାମାଧବଙ୍କ ମନ ମୋହିଲେ ଡ଼କ୍ଟର ଚିତ୍ତରଞ୍ଜନ
ଜଗନ୍ନାଥ ମହାପ୍ରଭୁଙ୍କ ଦିବ୍ୟ ମାନବୀୟ ବିଜେସ୍ଥଳୀ ଶ୍ରୀକ୍ଷେତ୍ରରେ ଦ୍ୱାଦଶ ଯାତ୍ରା ମଧ୍ୟରେ ସପ୍ତଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଝୁଲଣ ଜାତ ଶ୍ରୀମନ୍ଦିରର ଭିତର ବେଢା ମୁକ୍ତିମଣ୍ଡପରେ ଓ ଶ୍ରୀକ୍ଷେତ୍ରର ଅନେକ ମଠ ମନ୍ଦିରରେ ଖୁବ ଆନନ୍ଦ ସହକାରେ ଆୟୋଜିତ ହୋଇଥାଏ ଝୁଲଣ ଜାତର ଶେଷ ଦିବସ ବିଶେଷ ଭାବରେ ବିଭିନ୍ନ ନାମରେ ଖ୍ୟାତ ହୋଇଆସିଛି ଯଥା ଝୁଲଣ ପୁର୍ଣିମା, ରାଖୀ ପୁର୍ଣିମା, ଶ୍ରାବଣ ପୁର୍ଣିମା, ଗମ୍ହା ପୁର୍ଣିମା ବା ବଳଭଦ୍ର ଜନ୍ମ ନାମରେ ଶ୍ରକ୍ଷେତ୍ରରେ ବିଶେଷ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରି ଆସିଛି।




ଏହି ଝୁଲଣ ଯାତ୍ରାରେ ମହାପ୍ରଭୁଙ୍କ ବିଜେପ୍ରତିମା ଶ୍ରୀମଦନମୋହନ ଭୁଦେବୀ ଓ ଶ୍ରୀଦେବୀ ଝୁଲଣ ମଣ୍ଡପକୁ ବିଜେ କରିବା ପରେ ଝୁଲଣ ସଂଗୀତ ଓ ନୃତ୍ୟରେ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏହି ଅବସରରେ ଅନ୍ତଃରାଷ୍ଟ୍ରୀୟ ସୁଖ୍ୟାତ ସମ୍ପନ୍ନ ଆଧ୍ୟାତ୍ମ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟର ବରିଷ୍ଠ ଓଡ଼ିଆ ପ୍ରାଧ୍ୟାପକ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ଝୁଲଣ ଯାତ୍ରାରେ ଭକ୍ତି ରସାତ୍ମକ ଲାବଣ୍ୟ ଓଡିଶୀ ନୃତ୍ୟ ପରିବେଷଣ କରି ମହାପ୍ରଭୁଙ୍କ ମନ ମୋହିବାରେ ପ୍ରୟାସ କରିଛନ୍ତି ବୋଲି କୁହନ୍ତି । ଡ଼କ୍ଟର ଚିତ୍ତରଞ୍ଜନ ଏଥିସହ ଏମାର ମଠ, ରାଧାବଲ୍ଳବ ମଠ ଓ ଉତ୍ତରପାର୍ଶ୍ଵ ମଠରେ ନୃତ୍ୟ ପରିବେଷଣ କରି ଶ୍ରୀଜୀଉଙ୍କ ସହ ଉପସ୍ଥିତ ଶତାଧିକ ଭକ୍ତବୃନ୍ଦ ଓ ଜନମନ ହରଣ କରିଛନ୍ତି ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ଓଡ଼ିଆ ଅଧ୍ୟାପକ ଓ ଓଡିଶୀ ନୃତ୍ୟଶିଳ୍ପୀ ଭାବରେ ଦେଶବିଦେଶରେ ଉଭୟ ଓଡ଼ିଆ ଭାଷା ସାହିତ୍ୟ ଓ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର କରିବା ସହ ରୋପ୍ୟନଗରୀ କଟକ ସହରରେ ନିଜସ୍ୱ ନୃତ୍ୟାନୁଷ୍ଠାନ ” ନୃତ୍ୟଶାଳା ସଂସ୍କୃତି କେନ୍ଦ୍ର ” ରେ ନୃତ୍ୟ ଶିକ୍ଷା ଦେବାସହ ତିନି ଦଶନ୍ଧିରୁ ଉର୍ଦ୍ଧ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଗୁଣ୍ଡିଚା ଯାତ୍ରା, ବାହୁଡା଼, ନୀଳାଦ୍ରି ବିଜେ, ଚନ୍ଦନ ଯାତ୍ରା, ଦୋଳ ଯାତ୍ରା, ଝୁଲଣ ଯାତ୍ରା ସହ ଶେଷ ଦୁଇଥର ନବକଳେବର ଯାତ୍ରାରେ ଦାରୁ ଛେଦନ ସ୍ଥାନରୁ ଶ୍ରୀମନ୍ଦିରେ ପ୍ରବେଶ ପର୍ଯ୍ୟନ୍ତ ଦୀର୍ଘ ରାସ୍ତାରେ କାଳିଆ ସାଆନ୍ତେଙ୍କ ପାଇଁ ନୃତ୍ୟ ସେବା ଯୋଗାଇ ଆସୁଛନ୍ତି ।
