ସରକାରୀ ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା
ସୁବର୍ଣ୍ଣପୁର: ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିପାଲି ଛକ ନିକଟରେ ସରକାରୀ ବସ ଓ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଛି l ବଲାଙ୍ଗୀର ପଟୁ ଦ୍ରୁତ ଗତିରେ ଆସୁଥିବା ସରକାରୀ (OSRTC )ଏକ୍ସପ୍ରେସ୍ ବସ୍ ସହ ଏକ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହୋଇଛି।ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଘନ କୁହୁଡ଼ି ଯୋଗୁଁ ରାସ୍ତା ସ୍ପଷ୍ଟ ଦେଖାନଯିବାରୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ରେ ବସ ଓ ଟ୍ରାକ୍ଟର ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି l

କୁହୁଡ଼ି ଯୋଗୁଁ ଭିଜିବିଲିଟି କମ ରହୁଥିବାରୁ ଗାଡ଼ି ଚଳାଇବା ବେଳେ ଫଗ୍ ଲାଇଟ୍ ବ୍ୟବହାର କରାଯିବା ନିୟମ ରହିଥିଲେ ମଧ୍ୟ କେତେକ ଗାଡି ଚାଳକ ଏହି ନିୟମ କୁ ମାନୁନାହାନ୍ତି l ଏହି ସମୟ ରେ ଗାଡି ର ଗତି ନିୟନ୍ତ୍ରଣରେ ରଖି ଚଳାଚଳ କରିବା ମଧ୍ୟ ଆବଶ୍ୟକ l କୁହୁଡି ସମୟ ରେ ଅତି ସତର୍କତା ଅବଲମ୍ବନ କରିବା ଦ୍ୱାରା ଦୁର୍ଘଟଣା କୁ ଏଡାଇ ଦିଆଯାଇ ପରିବ l ଆହତ ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ସୋନପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
