July 27, 2025
Home » ସରପଞ୍ଚ ଙ୍କ ସ୍ୱାମୀ ଙ୍କୁ ହତ୍ୟା

ସରପଞ୍ଚ ଙ୍କ ସ୍ୱାମୀ ଙ୍କୁ ହତ୍ୟା

0
WhatsApp Image 2025-07-11 at 2.19.26 PM

ସୁବର୍ଣ୍ଣପୁର: ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଛି l ପୁର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ର ପୁର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ଙ୍କ ସ୍ୱାମୀ ବଲ୍ଲବ କ୍ଷେତୀଙ୍କୁ ହତ୍ୟା କରାଯାଇଛି । ଗତକାଲି ରାତିରେ ବଲ୍ଲଭ ନିଜ ଘରକୁ ଫେରୁଥିବା ସମୟରେ ହତ୍ୟା କରାଯାଇଥିବା ସୂଚନା l ଗଜବନ୍ଧ ଛକରୁ ନିଜ ଘର କେନପାଲିକୁ ଫେରୁଥିବା ସମୟରେ ନିଛାଟିଆ ସ୍ଥାନରେ ଦୁର୍ବୁର୍ତ୍ତ ମାନେ ଧାରୁଆ ଅସ୍ତ୍ରରେ ବଲ୍ଲଭଙ୍କୁ ଆକ୍ରମଣ କରିଥିଲେ । ଲହୁ ଲୁହାଣ ଅବସ୍ଥାରେ ବଲ୍ଲଭ ସେହିଠାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଫଳରେ ତାଙ୍କୁ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିଏ ଓ କାହିଁକି ବଲ୍ଲଭଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନଥିବାବେଳେ ଏନେଇ ପୋଲିସ ପକ୍ଷରୁ ଶବ ଜବତ କରାଯିବା ସହ ତଦନ୍ତ ଆରମ୍ଭ କରିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *