July 19, 2026
Home » ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଓ ସିତିସାରଜ ଙ୍କ ସଫଳତା

ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଓ ସିତିସାରଜ ଙ୍କ ସଫଳତା

0
WhatsApp Image 2026-07-19 at 2.23.41 PM

 

ସୁବର୍ଣ୍ଣପୁର— ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET-2026 ରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଡ଼ବଜାର ର ପୁଅ ଆଶୀର୍ବାଦ ତ୍ରିପାଠୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେ ସମଗ୍ର ଭାରତରେ 1237 ତମ ରେଙ୍କ ଅଧିକାର କରି ଜିଲ୍ଲାବାସୀଙ୍କୁ ଗର୍ବିତ କରିଛନ୍ତି । ଆଶୀର୍ବାଦ ମୋଟ 720 ମଧ୍ୟରୁ 653 ମାର୍କ ପାଇଛନ୍ତି । ତାଙ୍କ ପିତା ଶ୍ରୀ ନନ୍ଦକିଶୋର ତ୍ରିପାଠୀ ଜଣେ ଓକିଲ ଏବଂ ମାତା ଶ୍ରୀମତୀ ରଞ୍ଜିତା ତ୍ରିପାଠୀ ଗୃହିଣୀ । ସେ ବରିଷ୍ଟ ଆଇନଜୀବୀ ହରି ନାରାୟଣ ତ୍ରିପାଠୀ ଓ ଆଇ ଶୋଭାଗିନୀ ତ୍ରିପାଠୀ ଙ୍କ ନାତି ହୋଇଥିବା ବେଳେ କାକା ରାଜ କିଶୋର ତ୍ରିପାଠୀ ଜଣେ ଯୁବ ସାମ୍ୱାଦିକ ଓ ଖୁଡି ରଶ୍ମିତା ମିଶ୍ର ଅଟନ୍ତି । ଆଶୀର୍ବାଦ ବଲାଙ୍ଗୀରର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଯୁବୋଦୟରେ ଶିକ୍ଷା ଲାଭ କରୁଥିଲେ । କଠିନ ପରିଶ୍ରମ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନ ଫଳରେ ସେ ଏହି ସଫଳତା ପାଇପାରିଥିବା କହିଛନ୍ତି ।

ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକ, ଶିକ୍ଷକ ଏବଂ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ଆଶିର୍ବାଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଶୀର୍ବାଦ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ସମାଜ ସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ପ୍ରଥମ କ୍ଲାସ ରୁ ଯୁକ୍ତ 2 ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଥିଲେ । ପ୍ରଥମେ ସୋନପୁର ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲରେ ପାଠ୍ୟକ୍ରମ ଆରମ୍ଭ କରିଥିବା ଆଶିର୍ବାଦ ମାଟ୍ରିକରେ 95.50 ପ୍ରତିଶତ ମାର୍କ ରଖିବା ସହ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅର୍ଜନ କରିଥିଲେ । ବଲାଙ୍ଗୀର ଯୁବୋଦୟ କଲେଜରେ ଯୁକ୍ତ 2 ପାଠ୍ୟକ୍ରମରେ ମଧ୍ଯ ସେ 94 ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଥିଲେ । ସେହିପରି ସେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍ ପରୀକ୍ଷାରେ ମଧ୍ୟ 98 ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଶିକ୍ଷାନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି l ସେହିପରି ସୋନପୁର ବ୍ଲକ କୀର୍ତ୍ତିପୁର ଗ୍ରାମର ସିତିସାରଜ ବଡ଼ମାଳି ଚଳିତ NEET UG-2026 ପ୍ରବେଶିକା ପରୀକ୍ଷା ରେ ସଫଳ ହାସଲକରି ଅଞ୍ଚଳ ପାଇଁ ଗର୍ବ ପାଲଟିଛନ୍ତି।
ସେ ସମୁଦାୟ 720 ମାର୍କରୁ 604 ମାର୍କ ରଖି ସର୍ବ ଭାରତୀୟ ସ୍ତରରେ 8857 ରେଙ୍କ ରଖି MBBS ପଢିବା ପାଇଁ ମନୋନୀତ ହୋଇଛନ୍ତି।
ସିତିସାରଜ ବଡ଼ମାଳି ଙ୍କ ବାପା ଶାନ୍ତନୁ କୁମାର ବଡ଼ମାଳି ଜଣେ ଚାଷୀ ହୋଇଥିବା ବେଳେ ମା ପ୍ରିୟମ୍ବଦା ବଡ଼ମାଳି ଜଣେ ସୁ ଗୃହିଣୀ ଅଟନ୍ତି।
ସେ ପ୍ରଥମେ ସରସ୍ବତୀ ଶିଶୁ ବିଦ୍ୟାଳୟ ମନ୍ଦିର ଖଲିଆପାଲି ରୁ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ କରି ପଞ୍ଚମ ଶ୍ରେଣୀରେ ନବୋଦୟ ପରୀକ୍ଷା ରେ ଚୟନୀତ ହୋଇଥିଲେ। ପରେ ସେ ଷଷ୍ଠ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ନବୋଦୟ ବିଦ୍ୟାଳୟ ତରଭା ରେ ଅଧ୍ୟୟନ କରିଥିଲେ।
ଦ୍ଵାଦଶ ପରେ ସେ ଭୁବନେଶ୍ୱରରେ ରହି NEET UG ପାଇଁ ପ୍ରସ୍ତୁତ କରୁଥିଲେ।ସଫଳତା ହାସଲ କରିବା ପାଇଁ ଶୃ୍ଖଳିତ ଜୀବନଶୈଳୀ ,କଠୋର ପରିଶ୍ରମ, ଆତ୍ମବିଶ୍ଵାସ ଓ ସମୟାନୁବର୍ତ୍ତିତା ଅପରିହାର୍ଯ୍ୟ। ସେ ଦୈନିକ 10 ରୁ 12 ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଛନ୍ତି। ସେ ନିଜର ଏହି ସଫଳତା ର ଶ୍ରେୟ ତାଙ୍କ ପିତା ମାତା,ବଡ଼ ବାପା ବଡ଼ ମା, ଦାଦା ଖୁଡି, ଗୁରୁଜନ ଓ ସାଙ୍ଗସାଥି ଙ୍କୁ ଦେଇଛିନ୍ତି।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *