ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦ ଙ୍କୁ ଦାବି ପତ୍ର ପ୍ରଦାନ
ସୁବର୍ଣ୍ଣପୁର —ସୋନପୁର ସର୍କିଟ ହାଉସ ଠାରେ ମାନ୍ୟବର ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଙ୍କୁ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ସ୍ତରୀୟ ଉତ୍ସଵ ର କିଛି ଉପହାର ବା ସ୍ମୁତି ଫଳକ ସହିତ ସୁବର୍ଣ୍ଣପୁର ଜିଲ୍ଲା ର ଦ୍ରୁତ ବିକାଶ ଲାଗି ସଂଘ ପକ୍ଷରୁ ୭ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି l ଯଥା ସ୍ୱର୍ଣ୍ଣିମ ତ୍ରିଭୁଜ ପ୍ରକଳ୍ପ ଆରମ୍ଭ, ପ୍ରସ୍ତାବିତ ଖଇର ମାଳ ଜଳ ପ୍ରକଳ୍ପ ଓ ଆନିକଟ ନିର୍ମାଣ, ଅସମ୍ପୂର୍ଣ୍ଣ ରିଙ୍ଗ ରୋଡ଼ କୁ ସମ୍ପୂର୍ଣ୍ଣ କରିବା, ସୋନପୁର ସଦର ମହକୁମା ର ନିକଟତମ ଅଂଚଳ ରେ ମତ୍ସ୍ୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ, ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟ ର ଭିତ୍ତଭୂମିର ବିକାଶ, ଓ ସମ୍ୱଲପୁର ବ୍ରହ୍ମପୁର ରେଳ ଲାଇନ୍ ସୋନପୁର ସହ ସଂଯୋଗୀକରଣ ଓ ସୋନପୁର ଠାରେ ସୈନିକ ସ୍କୁଲ ସ୍ଥାପନ ସହ ୭ ଦଫା ଦାବି ପତ୍ର ଆଜି ମାନ୍ୟବର ସାଂସଦ ଙ୍କୁ ପ୍ରଦାନ କରାଯାଇଛି l ଏହା ସହ ସୋନପୁର ବାଇପାସ୍ ରୋଡ଼ ବ୍ୟୟ ବରାଦ ପାଇଁ ନୂତନ ବସ ଷ୍ଟାଣ୍ଡ ର କାର୍ଯ୍ଯ ତ୍ୱରାନ୍ୱିତ ପାଇଁ ଓ ସମ୍ବଲପୁର ବ୍ରହ୍ମପୁର ରେଳ ଲାଇନ୍ ସଂଯୋଗୀକରଣ ଦାବି ନେଇ ଲୋସଭାରେ ଦୃଢ଼ ଦାବି ଉପସ୍ଥାପନ କରି ଥିବାରୁ ମାନ୍ୟବର ସାଂସଦ ଙ୍କୁ ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ଭୁୟସୀ ପ୍ରଶଂସା କରା ଯାଇଥିଲା l ଏହି ଅବସରରେ ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ରାଜ କିଶୋର ତ୍ରିପାଠୀ , ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ , ଉପ ସଭାପତି ବିବେକା ନନ୍ଦ ମିଶ୍ର, ସଂପାଦକ ମହାଦେବ ମଲ୍ଲିକ, ଜିଲ୍ଲା ଶାଖା ର ଲିଗାଲ ଏଡଭାଇଜର ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
