ସହଁରାଟିକ୍ରାଧାନମଣ୍ଡି ପରିଦର୍ଶନ ପରେ ଗର୍ଜିଲେ ସ୍ନେହାଙ୍ଗିନୀ
ଭେଡେନ :ଭେଡେନ ବ୍ଲକ୍ ର ବିଭିନ୍ନ ମଣ୍ଡିରେ ପଡିରହିଛି ହଜାର ହଜାର କ୍ବିଣ୍ଟାଲ ଧାନ ,ବିଭିନ୍ନ ଆଳ ଦେଖାଇ ମିଲର୍ସ ,ପେକ୍ସକର୍ମଚାରୀ,ଯୋଗାଣ ବିଭାଗ ଧାନ ଉଠାଉ ନାହାଁନ୍ତି ।।ପ୍ରଶାସନ ଓ ମିଲର୍ସ ମଧୁଚନ୍ଦ୍ରିକା ରେ ପେସିହେଉଛନ୍ତି ଚାଷୀ ,ନିଜର କଷ୍ଠଉପାର୍ଜିତ ଧାନ ପଡିରହିଛି ମାର୍କେଟ ରେ ।।ଲେବର ଙ୍କୁ ପଇସା ଦେବାକୁ ପାଖରେ ନାଇଁ ,ବାଧ୍ଯହୋଇ ମହାଜନ ଠୁ ସୁଧରେ ଟଙ୍କା ଉଠାଇ ଲେବର ଙ୍କୁ ପଇଠ କରିଛିନ୍ତି ଚାଷୀ ।।ଏ ପଟେ ପିଲାଙ୍କ ପାଠପଢା ତଥା ଦୈନନ୍ଦିନ ଖର୍ଚ୍ଚ ତୁଳାଇବାକୁ ଚାଷୀ ହନ୍ତସନ୍ତ ହେଉଛି ।। କଛପ ଗତିରେ ଛାଲିଛି ଧାନ ଉଠାଣ ପ୍ରକ୍ରିୟା ।। ସରକାର ଯେତେ ଆନ୍ଦୋଳନ ବା ପ୍ରତିବାଦ କଲେ ଶୁଣୁନାହିଁ।। ଏହି ସବୁର ସମାଧାନ ପାଇଁ ଚାଷୀଙ୍କ ଏହି ଦୁର୍ଦିନ ରେ ଠିଆ ହେବାପାଇଁ ଆଗେଇ ଆସିଛନ୍ତି ପୂର୍ବତନ ମନ୍ରୀ ତଥା ରାଜ୍ଯ ମହିଳା ଜନତା ଦଳ ର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରୀଆ ।।ସଁହରା ଟିକ୍ରା ଧାନମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରି ସରକାର ଙ୍କୁ ଚେତାବନି ଦେଇଛନ୍ତି ।।ଯଦି ଶିଘ୍ର ଚାଷୀଙ୍କ ଧନ ସରକାର ନ ଉଠାନାତି ତେବେ ସାତ ଆଠ ଦିନ ଭିତରେ ଭୟଙ୍କର ଆନ୍ଦୋଳନ ହେବ ।।ଏବଂ ପରିସ୍ଥିତି ପାଇଁ ସରକାର ଦାୟି ରହିବେ ବୋଲି ପ୍ରକାସ କରିଛନ୍ତି ।। ପୂର୍ବତନ ମନ୍ରୀ ଶ୍ରୀମତି ଛୁରିଆ ଙ୍କ ସହ ବରିଷ୍ଠନେତା ଅଶୋକ ନାଏକ ,ଭାଗିରଥି କୁମ୍ଭାର ,ରାଜିବ ମହାପାତ୍ର ,ସରୋଜ ସାହୁ ତଥା ଶତାଧିକ ଚାଷୀ ଉପସ୍ଥିତ ଥିଲେ ।।
ଇପିଏ ରୁ ହରିଶଙ୍କର ବେହେରାଙ୍କ ରିପୋଟ
