November 13, 2025
Home » ସହିଦନଗର ଦୁର୍ଗା ପୂଜା ସମିତି କାଳ୍ପନିକ ତୋରଣ ଦର୍ଶକଙ୍କୁ ଆକର୍ଷଣ କରିବ

ସହିଦନଗର ଦୁର୍ଗା ପୂଜା ସମିତି କାଳ୍ପନିକ ତୋରଣ ଦର୍ଶକଙ୍କୁ ଆକର୍ଷଣ କରିବ

0
tanuj-adhikary-B3Knp6y8q4M-unsplash-scaled

ଭୁବନେଶ୍ୱର : ଚଳିତ ବର୍ଷ ସହିଦ ନଗର ଦୁର୍ଗା ପୂଜା 48 ବର୍ଷରେ ପଦାର୍ପଣ କରୁଛି । ପୂଜାକୁ ଗୁରୁତ୍ବ ଦେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା କରିବା ପାଇଁ ସବୁ ପ୍ରକାରର ଦୁର୍ଲଭ ପୂଜା ସାମଗ୍ରୀକୁ ସମିତି ପକ୍ଷରୁ ଯୋଗାତ କରାଯାଇଛି । ମା ଙ୍କ ମୂର୍ତ୍ତି ନିର୍ମାଣ ଚାଲିଛି. ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁକାର୍ଯ୍ୟ ସରିବ ବୋଲି ସମିତିର ସଭାପତି
ହେମନ୍ତ କୁମାର ପରିଡା କହିଛନ୍ତି. ସେହିପରି ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦର୍ଶନ ପାଇଁ ସବୁ ପ୍ରକାରର ସୁବିଧା କରାଯାଇଛି, ଯଥା ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ଦର୍ଶନ କରିବା ପାଇଁ ସୁବ୍ୟବସ୍ଥା କରାଯାଇଛି, ଭିନ୍ନକ୍ଷମ ଓ ବୟସ୍କ ମାନଙ୍କ ପାଇଁ wheelchair ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ବାହାରେ ଏକ ବଡ LEDରେ ପୂଜା ର ସିଧାପ୍ରସାରଣ ବ୍ୟବସ୍ଥା କରାଯିବାପାଇଁ ବ୍ୟବସ୍ଥା କରାଯାଇଛି । ମା’ଙ୍କ ଦର୍ଶନ କୁ ଶୃଙ୍ଖଳିତ ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସମିତି ପକ୍ଷରୁ 100 ରୁ ଉଦ୍ଧ ସ୍ୱେଚ୍ଛାସେବୀ (ପୁରୁଷ ଓ ମହିଳା) ମାନେ ନିୟୋଜିତ ରହିବେ, ଏବଂ 30 ରୁ ଉଦ୍ଧ ପ୍ରାଇଭେଟ ସୁରକ୍ଷା କର୍ମୀ ମୁତୟନ ହେବେ ତହିଁ ରୁ କିଛି Gunman ରହିବେ ଯେଉଁମାନେ ମା’ଙ୍କ ପାଖରେ 24 ଘଣ୍ଟା ପ୍ରହରା ଦେବେ । ପୁରା ମଣ୍ଡପ ଓ ତାହାର ଚତୁର୍ଦିଗକୁ CCTV ରେ ସଂଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସମିତି ର ଉପଦେଷ୍ଟା ମନୋରଞ୍ଜନ ଦାସ ଆଲୋଚନାରେ ଅଂଶଗ୍ରହଣ କରି ତୋରଣ ସମ୍ପର୍କରେ କହିଥିଲେ ଯେ ତୋରଣଟି ସମ୍ପୂର୍ଣ ଭାବେ eco-friendly ସମାଗ୍ରୀ ରେ ନିର୍ମିତ ହୋଇଅଛି । ଯାହା 85 ft ର ଉଚ୍ଚତା ଓ 130ft ର ଦୈର୍ଘ୍ୟ, ଯାହାକୁ ନିର୍ମାଣ କରିବା ପାଇଁ କଲିକତାରୁ କୁଣଳୀ ଜାରିଗରମାନେ ଆସିଛନ୍ତି । ସମିତିର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପାତ୍ର ତୋରଣ ବିଶେଷତ୍ୱ ଉପରେ କହିଥିଲେ କି ଏହି ଭଳିଆ ଆକୃତି ର ତୋରଣ କୌଣସି ଜାଗାରେ ନାହିଁ । ଏହା ସମିତିର ଯୁବ କର୍ମକର୍ତ୍ତା ମାନଙ୍କ ପରିକଳ୍ପନାକୁ ଆଧାର କରି ବାସ୍ତବ ରୂପ ଦିଆଯାଇଛି । ସମିତିର କାର୍ଯ୍ୟକାରୀ ସଭ୍ୟ ତଥା ଭୁବନେଶ୍ବର ଭସାଣୀ ସମିତିର ସମ୍ପାଦଳ ଶ୍ରୀ ହରିଶ ପ୍ରସାଦ ରଥ ଭସାଣୀରେ ସହିଦନଗର ଦୂର୍ଗାପୂଜା ସମିତିର ମେଢ଼ 11 ନମ୍ବର କ୍ରମିକ ସଂଖ୍ୟାରେ ଭୁବନେଶ୍ବର ଭସାଣି ଉତ୍ସବ ସମିତିରେ ଯୋଗଦାନ କରିବା ପାଇଁ ନିଷ୍ପରି ହୋଇଛି ଓ ସହିଦନଗର ଭସାଣିରେ ସବୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଆଲୋକ ରେ ସୁସଜ୍ଜିତ ହୋଇ ରୋଷଣୀ ରେ ଯୋଗଦେବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *