November 19, 2026
Home » ସିଂହଦ୍ଵାର ସମ୍ମୁଖରେ ଭଷାଣୀ ମେଳଣ ବା ଦେବ ସଭା ଅନୁଷ୍ଠିତ

ସିଂହଦ୍ଵାର ସମ୍ମୁଖରେ ଭଷାଣୀ ମେଳଣ ବା ଦେବ ସଭା ଅନୁଷ୍ଠିତ

0
Screenshot 2026-10-23 141856

। ମେଳଣ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ। ୨୨/୧୦ ପୁରୀ ସହରରେ ଆଜି ଏକାଦଶୀ ତିଥିରେ ସିଂହଦ୍ଵାର ସମ୍ମୁଖରେ ଗୋସାଣୀ ମେଳଣ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜିତ ହେଉଥିବା ଗୋସାଣୀ ମୁର୍ତ୍ତି ଗୁଡିକୁ ବିଭିନ୍ନ ବାଦ୍ୟଯନ୍ତ୍ର , ଘଣ୍ଟ, ଘଣ୍ଟା, ଧ୍ଵନି ରେ ଆଡ଼ମ୍ବର ସହକାରେ ପୂଜା ମଣ୍ଡପରୁ ସିଂହଦ୍ଵାର କୁ ଅଣାଯାଇଥିଲା , ଏହି ମେଳଣରେ ବିଶେଷ ଆକର୍ଷଣ ଥିଲା ସୁ ଉଚ୍ଚ ବାରବାଟି ଓ ଜହ୍ନି ଖାଇ ଠାକୁରାଣୀ ଏତେ ଉଚ୍ଚତା ବିଶିଷ୍ଟ ମୁର୍ତ୍ତି ଭାରତ ବର୍ଷରେ କେଉଁଠାରେ ଦେଖିବାକୁ ମିଳେନାହିଁ। ସେହିପରି ଶୂନ୍ୟ ଗୋସାଣୀ, ନାଗା ମୁର୍ତ୍ତି, ସମ୍ପାତି ଚଢ଼େଇ, ବୁଢା ବୁଢୀ ଓ ରଥ ଶ୍ରଦ୍ଧାଳୁ ମାନଙ୍କ ର ଆକର୍ଷଣ ର ବିନ୍ଦୁ ଥିଲା।

ରାଜ୍ୟ ତଥା ରାଜ୍ୟ ବାହାରୁ ବହୁତ ଶ୍ରଦ୍ଧାଳୁ ଏହି ମେଳଣ ବୁଲି ବୁଲି ଦେଖିବା ସହ ଆନନ୍ଦ ଉପଭୋଗ କରିଥିଲେ। ସୁସଜ୍ଜିତ ଜରି,ଯମ୍ବୁରା ନିର୍ମିତ ମେଢ଼ ସହ ବିଦ୍ୟୁତ ଆଲୋକମାଳାରେ ସିଂହଦ୍ଵାର ସମ୍ମୁଖ ଝଲସି ଉଠିଥିଲା। ଶ୍ରଦ୍ଧାଳୁମାନେ ନିଜର ପରିବାର ସହ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମେଳଣ ବୁଲି ଦେଖୁଥିବା ଦେଖାଯାଇଥିଲା। ଶାନ୍ତି ଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଥିଲା। ନିଳଚକ୍ର ଉପରେ ମହାଦୀପ ପ୍ରଜ୍ବଳିତ ହେବା ପରେ ଦେଵ ସଭା ସମ୍ପୁର୍ଣ୍ଣ ହୋଇଥିଲା ଏହା ପରେ ଗୋଟି ଗୋଟି ମୁର୍ତ୍ତି ଙ୍କୁ ଭଷାଣୀ ପାଇଁ ଦେବୀ ଘାଟ ରେ ଥିବା ନିର୍ଦ୍ଦିଷ୍ଟ ପୁଷ୍କରିଣୀ ରେ ବିସର୍ଜନ କରାଯାଇଥିଲା। ପୁଣି ବଞ୍ଚି ଥିଲେ ଆସନ୍ତା ବର୍ଷ କୁ ଏହି ଦେବୀ ମେଳଣ ଦେଖିବାକୁ ଅପେକ୍ଷା.

Leave a Reply

Your email address will not be published. Required fields are marked *