ହବିଷ୍ୟାଳୀ କେନ୍ଦ୍ର ପାଇଁ ଅଧିକାରୀ ଓ କର୍ମଚାରୀ ମାନ ଙ୍କୁ ପ୍ରଶିକ୍ଷଣ।
ପୁରୀ: ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୪ ତାରିଖରେ ଶେଷ ହେବ।ରାଜ୍ୟର ବିଭିନ୍ନ ଜିଲ୍ଲା ର ବିଭିନ୍ନ ସ୍ଥାନ ରୁ ମାଆ ମାନେ ହବିଷ ପାଳନ ପାଇଁ ଆସିବେ।ତେଣୁ ସମସ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇବା ଆମ ସମସ୍ତଙ୍କ ସାମୁହିକ ଦାୟିତ୍ୱ ବୋଲି ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା ଆହ୍ୱାନ ଦେଇଛନ୍ତି ।ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ କମିଶନର ଶ୍ରୀ ଶର୍ମା ଯୋଗ ଦେଇ ପବିତ୍ର ମାସ କାର୍ତ୍ତିକ ରେ ମାଆ ମାନେ ଶ୍ରୀକ୍ଷେତ୍ର ଧାମରେ ରହି ଏକ ମାସ ବ୍ରତ ଓ ତପ କରିବାର ମାନସିକତା ନେଇ ଆସୁଛନ୍ତି।ସରକାର ଙ୍କ ନିର୍ଦ୍ଦେଶ ଓ ପ୍ରଶାସନ ର ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କୁ ଶୃଙ୍ଖଳିତ ଭାବେ କରିବାର ବ୍ୟବସ୍ଥା କରାଯାଇଛି।ତେଣୁ ଦାୟିତ୍ୱ ରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଅତ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଉଚିତ।ମାଆ ମାନେ ମାସ ସାରା ବ୍ରତ କରି ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ଓ କୌଣସି ଅସୁବିଧା ନ ହୁଏ ଏଥିପାଇଁ ଆମେ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଥିଲେ।କୌଣସି କେନ୍ଦ୍ର ରେ କୌଣସି ସମସ୍ୟା ଉପୁଜିଲେ ତତକ୍ଷଣାତ ତାହା ବରିଷ୍ଠ ଅଧିକାରୀ ମାନଙ୍କ ଦୃଷ୍ଟି କୁ ନେଇ ସମାଧାନ କରିବାକୁ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ ସହ ହବିଷ୍ୟାଳୀ ମାଆ ମାନଙ୍କ ଆଗମନ ପରେ ହବିଷ୍ୟାଳୀ କେନ୍ଦ୍ର ଅନୁସାରେ ପଞ୍ଜିକରଣ, ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସ୍ବେଚ୍ଛାସେବୀ ମାନଙ୍କ ସହ ସମନ୍ୱୟ ରକ୍ଷା ଇତ୍ୟାଦି ସମ୍ପର୍କରେ ସୂଚନା ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,ଅତିରିକ୍ତ ଜିଲ୍ଲାପାଳ
ରାଜସ୍ବ ସୁଶାନ୍ତ ,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇ ଅଧିକାରୀ ଓ କର୍ମଚାରୀ ମାନଙ୍କର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥିରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ବିବେକାନନ୍ଦ ସାହୁ,ଶୁଭକଲ୍ୟାଣୀ ମହାପାତ୍ର, ଅଙ୍କିତା ମଣ୍ଡେଲା, ସୁଚିତ୍ରା ମାଝୀ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।
