ସିଂହାରୀ ରେ ରୁପଶ୍ରୀ କଳା ପରିଷଦ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସିଂହାରୀ ଗ୍ରାମପଞ୍ଚାୟତର ସିଂହାରୀ ସିଦ୍ଧେଶ୍ଵର ମନ୍ଦିର କଲ୍ୟାଣ ମଣ୍ଡପରେ ରୂପଶ୍ରୀ କଳା ପରିଷଦ ସିଂହାରୀ ଦ୍ୱାରା ଚତୁର୍ଥତମ ନୂଆଁଖାଇ ଭେଟଘାଟ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ସମ୍ମାନୀତ ଅତିଥି ସିଂହାରୀ ପେକ୍ସ ସଂପାଦକ ଅଜାମିଳ ଚୌହାନ, ତରଭା ବ୍ଳକ ଶିକ୍ଷକ ସଂଘ ସଭାପତି ଶ୍ରୀ ପ୍ରହଲ୍ଲାଦ ଚୌହାନ, ମୂଖ୍ୟ ଅତିଥି , ସମିତି ସଭ୍ୟା ଶ୍ରୀମତୀ ରଶ୍ମୀତା କୂଅଁର ଏବଂ ଅନ୍ୟାନ୍ୟ ଅତିଥି ଯଥା -ପୂର୍ବତନ ୱାର୍ଡ଼ମେମ୍ବର ଶ୍ରୀ ଗଜିନ୍ଦ୍ର ଚୌହାନ ,ସୁନିଲ ସାହୁ ,ଧନମାଲି କୁଅଁର (ମହିଳା ସଂକିର୍ତ୍ତନ୍ୟ ମ୍ୟାନେଜର), ପିଣ୍ଡୁ କୂଅଁର, ରୂପଶ୍ରୀ ସଭାପତି ଶ୍ରୀ ଦୂର୍ବାଦଳ ସାହୁ,ରୂପଶ୍ରୀ ସଂପାଦକ ଶ୍ରୀ କମଳ ଭୁଏ ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଆରମ୍ଭ ହୋଇଥୁଲା I ଯୁକ୍ତାମୟୀ ଭୁଏ,ବିମଳ ଭୁଏ, ପରମାନନ୍ଦ ସାହୁ ଓ ସାଥି ଆବାହନୀ ସଂଗୀତ ଗାନ କରିଥିଲେ । ସଭାକାର୍ଯ୍ୟ ଅବସର ରେ ପୁରୁଖା ନାଟ୍ୟ କଳାକାର ଶ୍ରୀ କେଲିଚରଣ ସାହୁ ଓ ଉଦୀୟମାନ ଯୁବ ନୃତ୍ୟାଙ୍ଗନା ସ୍ବାଗତିକା କୁଅଁର ଙ୍କୁ ସମ୍ବର୍କିତ କରାଯାଇଥିଲା । ମଞ୍ଚାସୀନ ସମସ୍ତ ଅତିଥି ବୃନ୍ଦ ସ୍ୱ ସ୍ୱ ଅଭିଭାଷଣ ପ୍ରଦାନ ପୂର୍ବକ ରୂପଶ୍ରୀ କଳା ପରିଷଦର ଏତାଦୃଶ କାର୍ଯ୍ୟ କୁ ଭୂୟସି ପ୍ରଶଂସା କରିଥିଲେ । ଗ୍ରାମାଞ୍ଚଳରେ ଲୁକାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ରୂପଶ୍ରୀ କଳା ପରିଷଦର କାର୍ଯ୍ୟ ବୋଲି ସଂପାଦକ ଶ୍ରୀ କମଳ ଭୁଏ ପ୍ରକାଶ କରିଥିଲେ । ଗାଁଆରେ ଭାଇଚାରା ରକ୍ଷା କରିବାପାଇଁ ରୂପଶ୍ରୀ ର ଏ ନୂଆଁଖାଇ ଭେଟଘାଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରହଲ୍ଲାଦ ଚୌହାନ ମତବ୍ୟକ୍ତ କରିଥିଲେ । ଏହାପରେ ଗତ ତା-୪|୯| ୨୦୨୬ ରେ ଅନୁଷ୍ଠିତ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମର କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ ସହ ସେମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବାଲିପଟା ଓ ଟିଠିପାଲି ଉ.ପ୍ରା.ବିଦ୍ୟାଳୟର ଦଳଗତ ଲୋକନୃତ୍ୟ ପରିବେଶକୁ ସରଗରମ କରିଥିବା ବେଳେ ତାରକା ନୃତ୍ୟାଙ୍ଗନା ସୁକ୍ତାମୟୀ ଭୂଏ ଓ ଦିବ୍ୟାଶୀ ଚୌହାନ ନୃତ୍ୟ ପରିବେଷଣ ରେ ଦର୍ଶକ ବିମୋହିତ ହୋଇଥିଲେ । ଓମକାର ରଣା ଙ୍କ ମୃଦଙ୍ଗ ବାଦନ ଓ ପ୍ରିୟଙ୍କା ସାହୁ ଙ୍କ ଆକର୍ଷଣୀୟ ନୃତ୍ୟ ସାଙ୍ଗକୁ ଜଣେ ପଞ୍ଚମ ଶ୍ରେଣୀ ର ଛାତ୍ର କଳ୍ପେଶ କୁମାର ଭୁଏ ଙ୍କ ରାଗ ଭୈରବ ପରିବେଶଣ ପରିବେଶକୁ ଗମ୍ଭୀର କରିଦେଇଥୁଲା । ଏଲିନା ଚୌହାନ ଙ୍କ ଦମଦାର କମେଡି ରେ ଦର୍ଶକ ମହଲରେ ପ୍ରବଳ ହାସ୍ୟ ରୋଳ ହୋଇଥିଲା । ଅନନ୍ୟା ରଣା ଙ୍କ ସମଲେଇ ଭଜନ, ଅପଣ୍ଡା ମିଶ୍ରଙ୍କର ଗୁଣ୍ଡିଚାରାଣୀ ଗୀତ ଆକର୍ଷଣୀୟ ହୋଇଥିବା ବେଳେ ବାଲିପଟା ଓ ସିଂହାରୀ ଉ.ପ୍ରା.ବିଦ୍ୟାଳୟ ଦ୍ୱାରା ଏକାଙ୍କିକା ପରିବେଷଣ ବେଶ୍ ମନଛୁଆଁ ହୋଇଥିଲା । ସମସ୍ତ କାର୍ଯ୍ୟକୁ ଶ୍ରୀ ରାଜୀବ ଭୁଏ ପରିଚାଳନା କରିଥିଲେ । ସବା ଶେଷରେ ସାଂସ୍କୃତିକ ସଂପାଦକ ବିମଳ ଭୁଏ ସମସ୍ତ ଙ୍କର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିବାସହ କଳା ସଂସ୍କୃତିର ବିକାଶ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏଥିରେ ଶ୍ରୀକାନ୍ତ ଦୀପ,ରତନ ମିଶ୍ର,ନିରବ ଚୌହାନ ନରେଶ କୁମାର ପରକ୍ଷିତ ସାହୁ ତଥା ରୂପଶ୍ରୀର ସମସ୍ତ ସଭ୍ୟ ସଭ୍ୟା ବିଶେଷ ସହଯୋଗ କରିଥିଲେ । ସବାଶେଷରେ ଅନୁଷ୍ଠାନର ସଭାପତି ଦୂର୍ବାଦଳ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ ସମାପନର ଘୋଷଣା କରାଯାଇଥିଲା ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
