ଯୁବକ ସଂଘ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର — ନୂଆଁଖାଇ ଉପଲକ୍ଷେ ସୋନପୁର ସହରର ପଟାଭାଡି ସ୍ଥିତ ଠାକୁରାଣୀ ପଡ଼ା ରେ ଠାକୁରାଣୀପଡ଼ା ଯୁବକ ସଂଘ ଦ୍ୱାରା ମହା ଧୁମ ଧାମ ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଦିନବେଳା ନୁଆଁଖାଇ ସାରିବା ପରେ ପଡ଼ା ର କୁନି କୁନି ପ୍ରତିଭା ଙ୍କ ଦ୍ବାରା ନୃତ୍ୟ ପ୍ରତିଯୋଗିତା ଏବଂ ସଂଧ୍ୟା ରେ ଦୃଷ୍ଟି ଶକ୍ତି ବାଧିତା କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅନେକ ଦର୍ଶକ ଯଥା ପଡ଼ାର ଅବାଳ ବୃଦ୍ଧ ବନିତା ସମସ୍ତେ ସମ୍ମିଳିତ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ମହା ଆଡମ୍ବରରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
